www.samajalive.in
Saturday, December 6, 2025
14.1 C
Bhubaneswar

ଏହି ଉପାୟ ଦୂର କରିଥାଏ ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା

ପତିପତ୍ନୀଙ୍କ ସଂପର୍କ ଏକ ଅମୂଲ୍ୟ ସଂପର୍କ। ପରସ୍ପର ମଧ୍ୟରେ ବିଶ୍ୱାସ ରହିଲେ ଏହି ସଂପର୍କ ମଧ୍ୟରେ କୌଣସି ବାଧା ସୃଷ୍ଟି ହୋଇନଥାଏ। ମାତ୍ର ଅଜାଣତରେ ହେଉଥିବା କେତେକ ଭୁଲ ହେତୁ ଏହି ସଂପର୍କ ଉପରେ କୁପ୍ରଭାବ ପଡ଼ିଥାଏ। ବାସ୍ତୁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ମାନିଲେ ପତିପତ୍ନୀଙ୍କ ସଂପର୍କ ଉପରେ କୌଣସି କୁପ୍ରଭାବ ପଡ଼ିନଥାଏ ଓ ଭଲପାଇବା ସର୍ବଦା ରହିବା ସହ ଜୀବନ ସୁଖମୟ ମଧ୍ୟ ହୋଇଥାଏ।
ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ।

ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ।

ଘର ପାଇଁ ଅଟା କେବଳ ସୋମବାର ପେଷିବାକୁ ଦିଅନ୍ତୁ। ପେଷିବା ପରେ ଏଥିରେ କିଛି ଚଣା ମିଶାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ।

- Advertisement -

ପତିପତ୍ନୀ ସର୍ବଦା ଏକତ୍ରିତ ହୋଇ ପୂଜା କରନ୍ତୁ। ନିଜ ଶୋଇବା କକ୍ଷରେ ଶାମୁକା ରଖନ୍ତୁ।

ଶୁକ୍ରବାର ପତିପତ୍ନୀ ପରସ୍ପରଙ୍କୁ ପରଫ୍ୟୁମ ଉପହାର ଦିଅନ୍ତୁ।

ନିଜ ଶୋଇବା କକ୍ଷରେ ଖଟ ତଳେ କୌଣସି ଦ୍ରବ୍ୟ ରଖନ୍ତୁ ନାହିଁ।

ବଂଶୀ ବଜାଉଥିବା ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫଟୋ ଗୃହର ଦକ୍ଷିଣ-ପଶ୍ଚିମ କୋଣରେ ଲଗାନ୍ତୁ। ପ୍ରଭୁ ଶ୍ରୀକୃଷ୍ଣଙ୍କ ମୁକୁଟ ଓ ମୟୂର ପୁଚ୍ଛ ମଧ୍ୟ ରଖନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସର୍ବଦା ହସଖୁସି ରହିବା ସହ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories