www.samajalive.in
Saturday, December 6, 2025
19.1 C
Bhubaneswar

ବଦରୁଦ୍ଦିନ ଆଜମଲଙ୍କ ବିବାଦୀୟ ବୟାନ-‘ମୋଦୀଙ୍କୁ ଦେଶରୁ ତଡ଼ିବା ପରେ ସେ ଚା’ ଦୋକାନ ଖୋଲି ପକୁଡ଼ି ବିକି ପାରନ୍ତି’

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପରଙ୍କୁ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହା ଭିତରେ ଅନେକ ନେତାଙ୍କ ବିବାଦୀୟ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି ଆସାମର ଏଆଇୟୁଡିଏଫ ମୁଖ୍ୟ ବଦ୍‌ରୁଦ୍ଦିନ ଆଜମଲ। ଆସାମର ଢୁବ୍ରି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଆଜମଲ କହିଛନ୍ତି, ମୋଦୀଙ୍କୁ ଦେଶରୁ ତଡ଼ିବା ପାଇଁ ଗଠନ ହୋଇଥିବା ମହାମେଣ୍ଟର ସେ ଜଣେ ଅଂଶ। ମୋଦୀ ଥରେ କ୍ଷମତାଚ୍ୟୁତ ହେବା ପରେ ସେ ଚା’ ଦୋକାନ ଖୋଲି ପକୁଡ଼ି  ବିକ୍ରି କରିପାରିବେ।

ଆଜମଲଙ୍କ ଏଭଳି ମନ୍ତବ୍ୟ ପରେ ସୋସିଆଲ ମିଡିଆ ଟ୍ବିଟରରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ଆଜମଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଟ୍ବିଟର ବ୍ୟବହାରକାରୀମାନେ ଦାବି କରିଛନ୍ତି।

- Advertisement -

ଗତବର୍ଷ ଆଜମଲ ଜଣେ ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ପର୍ଫ୍ୟୁମ ବ୍ୟବସାୟୀ ଆଜମଲ ୨୦୦୫ରେ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ନାମରେ ଦଳ ଗଠନ କରିଥିଲେ। ଖୁବ୍‌ କମ ସମୟ ମଧ୍ୟରେ ୨୦୧୧ ସୁଦ୍ଧା ଆସାମରେ ଏଆଇୟୁଡିଏଫ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇପାରିଥିଲା। ୨୦୧୧ରେ ଆଜମଲଙ୍କ ଦଳ ୧୮ଟି ବିଧାନସଭା ଆସନରେ ଜିତିଥିବା ବେଳେ ୨୦୧୪ ଲୋକସଭା ନିର୍ବାଚନରେ ୩ଟି ଆସନରେ ବିଜୟୀ ହୋଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories