www.samajalive.in
Sunday, December 14, 2025
18.1 C
Bhubaneswar

ଫେସବୁକର ଆଦର କମୁଛି, ଗୋଟିଏ ରାତିରେ ୨୯୦୦ କୋଟି କ୍ଷତି

ମେଟା ନାମରେ ଫେସବୁକର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମାର୍କ ଜୁକରବର୍ଗ ପ୍ରାୟ ୨୯୦୦ କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି। ତ୍ରୈମାସିକ ରିପୋର୍ଟ ଅନୁଯାୟୀ ତାଙ୍କ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ହେବା ପରେ ତାଙ୍କ ନେଟ ମୂଲ୍ୟର ୨୯୦୦ କୋଟି କ୍ଷତି ହୋଇଥିବା ସୂଚନା ମିଳିଛି।

ଫେସବୁକର ଗତ ୧୮ ବର୍ଷ ଇତିହାସରେ ଏଭଳି କେବେ ଘଟିନଥିଲା। କମ୍ପାନୀ ଆଶା କରାଯାଉଥିବା ଠାରୁ କମ୍ ରାଜସ୍ୱ ଆକଳନ ଘୋଷଣା କରିବା ପରେ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ପରେ ମେଟାର ସେୟାର ପ୍ରାୟ ୨୫% ହ୍ରାସ ପାଇଛି। ଏବେ ଦୈନିକ ସକ୍ରିୟ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୧ ମିଲିୟନ ହ୍ରାସ ପାଇ ୧.୯୨୯ ବିଲିୟନରେ ପହଞ୍ଚିଛି ଏବଂ କମ୍ପାନୀ ଟିକଟକ ଏବଂ ୟୁଟ୍ୟୁବ ପରି ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତିଯୋଗିତାକୁ ଦାୟୀ କରିଛି।

- Advertisement -

ଖରାପ ପ୍ରଦର୍ଶନ ଯୋଗୁଁ କମ୍ପାନୀର ଷ୍ଟକ୍ ମାର୍କେଟ ମୂଲ୍ୟ ପ୍ରାୟ ୨୦୦ ବିଲିୟନ ଡ଼ଲାର ହ୍ରାସ ପାଇଛି। ବ୍ଲୁମବର୍ଗ ବିଲିୟୋନେୟାର ଇଣ୍ଡେକ୍ସ ଅନୁଯାୟୀ ଜୁକରବର୍ଗ ବିଶ୍ୱର ସପ୍ତମ ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories