mission shakti banner

କ୍ଷମା ମାଗିଲେ ଜୁକରବର୍ଗ

nua o banner
0

ୱାଶିଂଟନ୍‌ : କେମ୍ବ୍ରଜ୍‌ ଆନାଲିଟିକା ତଥ୍ୟ ପ୍ରଘଟ ଘଟଣା ନେଇ ଫେସ୍‌ବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗ ଆମେରିକା କଂଗ୍ରେସ ନିକଟରେ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି। ତଥ୍ୟ ସୁରକ୍ଷା ଓ ଅପବ୍ୟହାର କ୍ଷେତ୍ରରେ ତାଙ୍କ ସଂସ୍ଥା ଯଥେଷ୍ଟ ସତର୍କତା ଅବଲମ୍ବନ କରି ନଥିଲା ଓ ଦାୟିତ୍ୱାନ୍‌ ହୋଇ ନଥିଲା। ଏହା ମସ୍ତବଡ଼ ଭୁଲ ବୋଲି ସେ ଏଥିରେ ସ୍ୱୀକାର କରିଛନ୍ତି। ସାମ୍ପ୍ରତିକ ସମସ୍ୟା ପାଇଁ ସେ ନିଜକୁ ଦାୟୀ କରି ଏଥିପାଇଁ ଦୁଃଖିତ ବୋଲି କହିଛନ୍ତି। ଏ ସମ୍ପର୍କରେ ସୋମବାର କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ସଂସ୍ଥା ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଥବବା ସେ ଦର୍ଶାଇଛନ୍ତି।
ତଥ୍ୟ ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ପ୍ରଭାବିତ ୮୭ନିୟୁତ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ନାମ ଘୋଷଣା ପାଇଁ ଫେସ୍‌ବୁକ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାରଠାରୁ ପ୍ରର୍ଯ୍ୟାୟ କ୍ରମେ ଏହା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ଏହାଛଡ଼ା ଆପ୍‌ ମାଧ୍ୟମରେ ଆଦାନପ୍ରଦାନ ହୋଇଥିବା ଏହାର ୨.୨ବିଲିୟନ ବ୍ୟବହାରକାରୀଙ୍କ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା କେମ୍ବି୍ରଜ୍‌ ଆନାଲିଟିକା ତଥ୍ୟ ପ୍ରଘଟ ଘଟଣାରେ କୌଣସି ଫେସ୍‌ବୁକ୍‌ ବ୍ୟବହାରକାରୀ ପ୍ରଭାବିତ ହୋଇଛନ୍ତି କି ନାହିଁ ତାହା ସେମାନେ ଅନୁଧ୍ୟାନ କରିପାରିବେ। ବିଶେଷକରି ଏହାଦ୍ୱାରା ପ୍ରଭାବିତ ଆମେରିକା, ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଇଂଲଣ୍ଡର ୭୦ନିୟୁତ ବ୍ୟବହାରକାରୀ ଉପକୃତ ହେବେ ବୋଲି କୁହାଯାଇଛି। ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ବ୍ୟବହାରକାରୀଙ୍କୁ ତଥ୍ୟ ସୁରକ୍ଷା ସଂକ୍ରାନ୍ତ ବାର୍ତ୍ତା ପ୍ରଦାନ କରାଯିବ। ବ୍ୟବହାରକାରୀ ଚାହିଁଲେ ଏହାର ଉପଯୋଗ କରିପାରିବେ। ଫେସ୍‌ବୁକ୍‌ ପକ୍ଷରୁ ସମ୍ପ୍ରତି କ୍ଷତି ଭରଣା ପଦକ୍ଷେପ ସ୍ୱରୂପ ଏଭଳି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଉଛି।

Leave A Reply