www.samajalive.in
Saturday, December 6, 2025
26.1 C
Bhubaneswar

ବିମାନ ବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ

ଭୁବନେଶ୍ୱର : ନିଶା ମାଫିଆଙ୍କ ପାଇଁ ସୁରକ୍ଷିତ ସହର ପାଲଟିଛି ଭୁବନେଶ୍ବର। ଯେତେ ଧରାପଡ଼ୁଛନ୍ତି, ସେତେ ନୂଆ ବେପାରୀ ଆସୁଛନ୍ତି। ଶନିବାର ତଦନ୍ତକାରୀ ସଂସ୍ଥା ବିମାନ ବନ୍ଦରରେ ଜଣେ ଯାତ୍ରୀ ନିକଟରୁ ୩.୨୭ କେଜି ଓଜନର ମାରିଜୁଆନା ଜବତ କରିଛି। ଜବତ ମାରିଜୁଆନାର ମୂଲ୍ୟ ୩ କୋଟି ୨୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସମ୍ପୃକ୍ତ ଯାତ୍ରୀକୁ ଗିରଫ କରାଯାଇଛି। ଗିରଫ ଯାତ୍ରୀଙ୍କ ନାମ ମହମ୍ମଦ ନାବେଲ ଓ ଘର କେରଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବ୍ୟାଙ୍କକରୁ ମାରିଜୁଆନା ନେଇ ସମ୍ପୃକ୍ତ ଯାତ୍ରୀ ଭୁବନେଶ୍ବର ଆସିଥିଲା। ସନ୍ଦେହ ହେବାରୁ ବିମାନ ବନ୍ଦରରେ ସୀମାଶୁଳ୍କ ବିଭାଗ ତାକୁ ଯାଞ୍ଚ କରିଥିଲା। ତା’ ପାଖରୁ ୮ଟି ପ୍ୟାକେଟ୍‌ରେ ଥିବା ମାରିଜୁଆନା ବାହାରିବା ପରେ ଅଭିଯୁକ୍ତକୁ ସୀମାଶୁଳ୍କ ବିଭାଗ ନିଜ ହେପାଜତକୁ ନେଇ ଜେରା ଚଳାଇଛି। ଅନ୍ତର୍ଜାତୀୟ ନିଶା କାରବାର ରାକେଟକୁ ଧରିବା ସୀମାଶୁଳ୍କ ବିଭାଗ ଓ ଡିଆର୍‌ଆଇ ପାଇଁ ଏବେ ଆହ୍ବାନ ହୋଇଛି। ଭୁବନେଶ୍ବର ବିମାନ ବନ୍ଦର ଦେଇ ଥାଇଲାଣ୍ଡରୁ ମାରିଜୁଆନା, ନେଦରଲ୍ୟାଣ୍ଡରୁ ସିନ୍ଥେଟିକ୍ ନିଶା ଅଧିକ ମାତ୍ରାରେ କାରବାର ହେଉଛି। ବିଭିନ୍ନ ସମୟରେ ବିମାନ ବନ୍ଦରରୁ ଏଭଳି ନିଶାଦ୍ରବ୍ୟକୁ ସୀମାଶୁଳ୍କ (କଷ୍ଟମ) ବିଭାଗ, ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍‌ଆଇ) ଜବତ କରିବା ଦେଖାଯାଉଛି। ରାକେଟର ମାଷ୍ଟରମାଇଣ୍ଡ କେଜି ପିଛା ୨୦ ହଜାର ଟଙ୍କା ଦେଇ ଚାଲାଣକାରୀଙ୍କ ହାତରେ ପଠାଉଛି। ଚାଲାଣକାରୀଙ୍କୁ ଜଗିବା ଲାଗି ଜଣେ ନିଶାମାଫିଆ ମଧ୍ୟ ବିମାନରେ ଯାତ୍ରା କରୁଛି। ଧରାପଡ଼ିବା ମାତ୍ରେ ନିଶା ମାଫିଆ ସଙ୍ଗେ ସଙ୍ଗେ ଖସି ଯିବାରେ ସକ୍ଷମ ହେଉଛି। ପର୍ଯ୍ୟଟନ ଭିସାରେ ଯାଉଥିବା ଭାରତ ନାଗରିକଙ୍କୁ ନିଶା କାରବାର ଲାଗି ଅଧିକ ପସନ୍ଦ କରୁଛନ୍ତି। ରାକେଟ ମାଷ୍ଟରମାଇଣ୍ଡକୁ ଧରିବା ତ’ ଦୂରର କଥା ଚାଲାଣକାରୀଙ୍କ ସାଙ୍ଗରେ ଆସୁଥିବା ନିଶା ମାଫିଆ ସଂକ୍ରାନ୍ତରେ ତଦନ୍ତକାରୀ ସଂସ୍ଥା ନିକଟରେ ‌କୌଣସି ଖବର ରହୁନଥିବା ଜଣାପଡ଼ିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories