ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଏହି ତିନୋଟି ବଲିଉଡ଼ ଚଳଚ୍ଚିତ୍ର
ମୁମ୍ବଇ: ମାର୍ଚ୍ଚ ୨୯(ଶୁକ୍ରବାର) ବଲିଉଡର ତିନୋଟି ବିଗ୍ ବଜେଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଗୋଟିଏ ରାଜ କୁମାର ରାଓ ଓ କଙ୍ଗନା ରଣାୱତ ଅଭିନୀତ ଚଳଚ୍ଚିତ୍ର ମେଣ୍ଟାଲ ହେ କ୍ୟା, ଦ୍ୱିତୀୟଟି ସଲମାନ ଖାନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ନୋଟବୁକ୍ ହୋଇଥିଲା ବେଳେ ତୃତୀୟ ସିନେମାଟି ବିଦ୍ୟୁତ ଜାମୱାଲଙ୍କ ଜଙ୍ଗଲ ମୁକ୍ତିଲାଭ କରିବ। ଏହି ତିନୋଟି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ। ତିନାଟି ଯାକ ସିନେମାର ମୁକ୍ତିଲାଭକୁ ଦର୍ଶକ ମାନେ ବେଶ୍ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ତେବେ ଆସନ୍ତୁ ଏହି ଚଳଚ୍ଚିତ୍ର ଗୁଡିକ ବିଷୟରେ ଅଧିକ କିଛି ଜାଣିବା।
‘ନୋଟବୁକ୍’
ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ନୋଟବୁକ୍’ ମାର୍ଚ୍ଚ ୨୯(ଶୁକ୍ରବାର) ମାର୍ଚ୍ଚ ୨୯(ଶୁକ୍ରବାର) ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଦୁଇ ନବାଗତ କଳାକାର ପ୍ରନୂତନ୍ ବହଲ ଓ ଜାହୀର ଇକବାଲ୍ଙ୍କୁ ବଲିଉଡ଼ରେ ଏଣ୍ଟ୍ରି କରାଇଛନ୍ତି। ଏହାର ନିର୍ଦ୍ଦେଶନା ଭାର ନିତିନ କକ୍କର୍ ବହନ କରିଛନ୍ତି। ୨୨ ଫେବୃଆରୀରେ ଏହାର ଟ୍ରେଲର ମୁକ୍ତିଲାଭ କରିଥିଲା। ତେବେ ପ୍ରଥମ ଚଳଚ୍ଚିତ୍ରକୁ ନେଇ ଉଭୟ କଳାକାର ଖୁବ୍ ଉତ୍ସାହିତ ଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରନୂତନ ବହଲ ଅଭିନେତା ମୋହନିଶ ବହଲଙ୍କ ଝିଅ। ପୂର୍ବରୁ ସଲମାନ ଅନେକ ନୂଆ କଳାକାରଙ୍କୁ ବଲିଉଡ଼ରେ ସୁଯୋଗ ଦେଇଥିବା ବେଳେ ଏବେ ପୁଣି ତାଙ୍କ ଦ୍ୱାରା ସୁଯୋଗ ପାଇଥିବା ଏହି ଦୁଇ କଳାକାର ବଲିଉଡ଼ରେ ସଫଳତା ହାସଲ କରିପାରୁଛନ୍ତି କି ନାହିଁ ତାହା ‘ନୋଟବୁକ୍’ ମୁକ୍ତିଲାଭ ହେବା ପରେ ହିଁ ଜଣାପଡ଼ିବ।
‘ମେଣ୍ଟାଲ ହେ କ୍ୟା’
ହରହର କମେଡି ସିନେମା ‘ସ୍ତ୍ରୀ’ର ସଫଳତା ପରେ ଅଭିନେତା ରାଜ କୁମାର ରାଓ ଆଉ ଏକ ହରର କମେଡି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଖବରଅନୁସାରେ, ସେ ‘ମେଣ୍ଟାଲ ହେ କ୍ୟା’ ନାମକ ଏକ ହରର କମେଡି ହିନ୍ଦି ଚଳଚ୍ଚିତ୍ରରେ ନଜର ଆସିବେ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ‘କଙ୍ଗନା ରଣାବତ’। ଦିନେଶ ବିଜାନଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ମେଣ୍ଟାଲ ହେ କ୍ୟା ଚଳଚ୍ଚିତ୍ରରେ ରାଜକୁମାର ରାଓ ଏକ ଗାଉଁଲି ଯୁବକର ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ରାଜ କୁମାରଙ୍କ ସହିତ ବରୁଣ ଶର୍ମା ଅଭିନୟ କରିବା ଦେଖିବାକୁ ମିଳିବ। ଏହାପୂର୍ବରୁ ରାଜ କୁମାର ରାଓଙ୍କର ହରର କମେଡି ଚଳଚ୍ଚିତ୍ର ‘ସ୍ତ୍ରୀ’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଚଳଚ୍ଚିତ୍ରଟି କମ ମୂଲ୍ୟ ନିର୍ମାଣ ହୋଇଥିଲେ ମଧ୍ୟ ଦର୍ଶକ ମାନେ ଏହାର କାହାଣୀକୁ ବେଶ୍ ପସନ୍ଦ କରିଥିଲେ।
‘ଜଙ୍ଗଲୀ’
ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗଲୀ’ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଥିଲା। ପୂର୍ବରୁ ଚଳଚ୍ଚିତ୍ରର ଅନେକ ପୋଷ୍ଟର ମଧ୍ୟ ମୁକ୍ତିଲାଭ କରିଥିଲା। । ହଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍ ରସେଲ୍ ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଭିନୀତ୍ ଜୈନ୍ ଏହାର ପ୍ରଯୋଜନା ଭାର ବହନ କରିଛନ୍ତି। ଏଥିରେ ବିଦ୍ୟୁତଙ୍କ ବ୍ୟତୀତ ପୂଜା ସାୱନ୍ତ ଓ ଆଶା ଭଟ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ।