www.samajalive.in
Monday, December 8, 2025
16.1 C
Bhubaneswar

ମାର୍ଚ୍ଚ ୨୬ରେ ୫୫ ରାଜ୍ୟସଭା ଆସନରେ ଭୋଟ

ନୂଆଦିଲ୍ଲୀ : ରାଜ୍ୟସଭାର ୫୫ଟି ଆସନ ନିମନ୍ତେ ଆସନ୍ତା ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ଦିନ ଫଳ ପ୍ରକାଶ ପାଇବ। ମଙ୍ଗଳବାର ନିର୍ବାଚନ ସମ୍ପର୍କରେ ତାରିଖ ଘୋଷଣା କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭ଟି ରାଜ୍ୟର ୫୫ ରାଜ୍ୟସଭା ସଦସ୍ୟ ଅବସର ଗ୍ରହଣ କରୁଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ନିର୍ବାଚନ ନିମନ୍ତେ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ମନୋନୟନ ପତ୍ର ଦାଖଲର ଶେଷ ତାରିଖ। ୧୬ ତାରିଖ ମନୋନୟନ ପତ୍ର ଯାଞ୍ଜ ଓ ୧୮ ତାରିଖ ମନୋନୟନ ପତ୍ର ପ୍ରତ୍ୟାହାର। ମାର୍ଚ୍ଚ ୨୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ। ଅପରାହ୍ଣ ୫ଟାରେ ଫଳାଫଳ ଘୋଷଣା କରାଯିବ। ଏହି ୫୫ ଆସନ ମଧ୍ୟରୁ ବିଜେପିର ୧୬ ସଦସ୍ୟ ଥିବାବେଳେ କଂଗ୍ରେସର ୧୨, ତୃଣମୂଳ କଂଗ୍ରେସ ୪, ଏଆଇଏଡିଏମ୍୍‌କେ ୪, ବିଜେଡି ୩, ଜେଡିୟୁ ୩ ଓ ଏନସିପି ୨ର ଦୁଇଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଅନ୍ୟାନ୍ୟ ଦଳର ଜଣେ ଲେଖାଏଁ ସଦସ୍ୟ ଅଛନ୍ତି। ୧୭ଟି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୭ଟି ଆସନରେ ଭୋଟ ହେଉଥିବା ବେଳେ ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫, ବିହାର ୫, ଗୁଜରାଟ ୪, ଓଡିଶା ୪, ଆନ୍ଧ୍ରପ୍ରଦେଶ ୪, ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ ଆସନ​ରେ ଭୋଟ ହେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories