www.samajalive.in
Sunday, December 14, 2025
17.1 C
Bhubaneswar

ଫୁଟ୍‌ବଲ କିମ୍ବଦନ୍ତୀଙ୍କୁ ଝୁରୁଛନ୍ତି ‘ମାରା’ ଓ ‘ଡୋନା’

ବ୍ୟୁନସ୍ ଆଇରିସ୍ : ଆର୍ଜେଣ୍ଟିନାର ଫୁଟ୍‌ବଲପ୍ରେମୀଙ୍କ ପାଇଁ କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନା ଥିଲେ ଭଗବାନ ଏବଂ ତାଙ୍କର ଅନ୍ୟତମ ବଡ଼ ଭକ୍ତ ଥିଲେ ୱାଲ୍‌ଟର ରୋଟ୍ୟୁଣ୍ଡୋ। ମାରାଡୋନାଙ୍କ ନାମ ଅନୁସାରେ ରୋଟ୍ୟୁଣ୍ଡୋ ତାଙ୍କର ଦୁଇ ଯାଆଁଳା କନ୍ୟାଙ୍କ ନାମ ରଖିଛନ୍ତି ‘ମାରା’ ଓ ‘ଡୋନା’। ବୁଧବାର ମାରାଡୋନା ହୃଦ୍‌ଘାତରେ ପ୍ରାଣ ହରାଇଥିବା ବେଳେ ଏହି ମହାନ୍ ବ୍ୟକ୍ତିତ୍ବଙ୍କୁ ଝୁରୁଛନ୍ତି ରୋଟ୍ୟୁଣ୍ଡୋ ଓ ତାଙ୍କର ଦୁଇ ଝିଅ ‘ମାରା’ ଓ ‘ଡୋନା’। ନିଜ ଦମ୍‌ରେ ଆର୍ଜେଣ୍ଟିନାକୁ ୧୯୮୬ ବିଶ୍ବକପ୍ ଜିତାଇଥିବା ମାରାଡୋନା ଦେଶର ସବୁଠାରୁ ନାମୀ ବ୍ୟକ୍ତିତ୍ବ ଥିଲେ। ତାଙ୍କ ମୃତ୍ୟୁରେ ସାରାଦେଶ କିପରି ଦୁଃଖରେ ଭାଙ୍ଗି ପଡ଼ିଥିଲା; ଗୁରୁବାର ତାଙ୍କର ଶେଷକୃତ୍ୟରେ ଲକ୍ଷାଧିକ ଲୋକ ଯୋଗଦେବା ଏହାର ପ୍ରମାଣ ମାତ୍ର।
ୱାଲ୍‌ଟର ରୋଟ୍ୟୁଣ୍ଡୋଙ୍କ ଦୁଇ କନ୍ୟା ‘ମାରା’ ଓ ‘ଡୋନା’ ୯ ବର୍ଷ ତଳେ ଜନ୍ମ ନେଇଥିଲେ ହେଁ ତାଙ୍କ ସନ୍ତାନଙ୍କ ନାମ ମାରାଡୋନାଙ୍କ ନାମରେ ରଖିବାର ନିଷ୍ପତ୍ତି ରୋଟ୍ୟୁଣ୍ଡୋ ୧୯୯୦ରେ ନେଇ ସାରିଥିଲେ। ୧୯୯୦ ବିଶ୍ବକପ୍‌ ଫାଇନାଲରେ ଜର୍ମାନୀଠାରୁ ଆର୍ଜେଣ୍ଟିନା ଗୋଟିଏ ଗୋଲ୍‌ରେ ହାରିବା ପରେ ମାରାଡୋନା ଛୋଟପିଲାଙ୍କ ପରି କାନ୍ଦିବାର ଦୃଶ୍ୟ ଦେଖି ରୋଟ୍ୟୁଣ୍ଡୋ ତାଙ୍କର ସବୁଠାରୁ ବଡ଼ ପ୍ରଶଂସକ ହୋଇ ଯାଇଥିଲେ। ଏହି ମହାନ୍ ଖେଳାଳିଙ୍କ ନାମରେ ତାଙ୍କ ସନ୍ତାନଙ୍କ ନାମ ରଖିବା ପାଇଁ ୧୯୯୦ରୁ ହିଁ ସେ ଶପଥ ନେଇଥିଲେ। ୨୦୧୧ରେ ତାଙ୍କର ଦୁଇ ଯମଜ କନ୍ୟା ଜନ୍ମନେବା ପରେ ସେମାନଙ୍କ ନାମ ‘ମାରା’ ଓ ‘ଡୋନା’ ସେ ରଖିଥିଲେ। ଦୁଇ କନ୍ୟାଙ୍କ ପାଇଁ ରୋଟ୍ୟୁଣ୍ଡୋ ସେମାନଙ୍କ ନାମ ‘ମାରା’ ଓ ‘ଡୋନା’ ଲେଖାଥିବା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଦୁଇଟି ଜର୍ସି ଯୋଗାଡ଼ କରିଛନ୍ତି। ଏହା ତାଙ୍କ ପାଇଁ ବେଶ୍ ମୂଲ୍ୟବାନ ବୋଲି ଏହି ଯାଆଁଳା କନ୍ୟା ଦୁହେଁ କହନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories