ଫୁଲବାଣୀ: ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କୋଟଗଡ -ବେଲଘର ଥାନା ଦୁର୍ଗାପାଙ୍ଗା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଶନିବାର ଗୁଳିବିନିମୟ ହୋଇଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି। ଗୁଳି ବିନିମୟ ଯୋଗୁଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ ହେବା ସହ ତାକୁ ଧ୍ଵଂସ କରାଯାଇଛି। ବଂଶଧାରା ଘୁମୁସର ନାଗାବଳୀ ଡିଭିଜନର ମାଓ କ୍ୟାମ୍ପ ଠାବ ହୋଇଛି। ୭ଟି ଉନ୍ନତମାନର ଗ୍ରେନେଡ୍ , ୩ଟି ଜିଲୋଟିନ୍ ଓ ସୋଲାର୍ ପ୍ୟାନେଲ ଜବତ କରାଯାଇଛି।
Popular Categories



