www.samajalive.in
Monday, December 15, 2025
26.1 C
Bhubaneswar

ମାରିଦେବେ, ଲୁଚିଯାଅ-ମାଓନେତାଙ୍କ ଶେଷ ଲେଖା ଚିଠି

ସମାଜ ଡିଜିଟାଲ ଡେସ୍କ: ଶୀଘ୍ର ଲୁଚିଯାଅ, ମାରିଦେବେ ଲୁଚିଯାଅ । ଏଭଳି କିଛି ଶେଷ ଲେଖା ଲେଖିଥିଲେ ମାଓନେତା ବାସବରାଜୁ । ମାଓବାଦୀଙ୍କୁ ନିପାତ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ସଫଳ ହେବା ପରେ ମାଓନେତାଙ୍କ ଶେଷ ହାତ ଲେଖା ଚିଠି । ମାଓ ନିପାତ ଅପରେସନ ଜୋରଦାର ଚାଲିଥିବା ବେଳେ ଏମିତି କିଛି ଲେଖିଥିଲା ମାଓନେତା ବାସବରାଜୁ । ସାଥି ମାଓବାଦୀଙ୍କୁ ଲୁଚି ଯିବାକୁ ପରାମର୍ଶ ଦେବା ସହ ଡିଆରଜି ଯବାନମାନେ ଖୋଜି ଖୋଜି ବାହାର କରିବେ ଏବଂ ମାରିବେ ବୋଲି ଚିଠିରେ ଲେଖିଥିଲେ ମାଓନେତା ।
ସୂଚନା ଅନୁସାରେ ଛତିଶଗଡ ଅବୁଝମାଡ ଜଙ୍ଗଲର ଜାଟଲୁ ଅଞ୍ଚଳରେ ବଡଗଡ ମାଓନେତା ଓ କମାଣ୍ଡର ଏକାଠି ହୋଇଥିବା ବେଳେ ବଡ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଛତିଶଗଡର ନାରାୟଣପୁର ସମେତ ଦାନ୍ତେୱାଡା ଓ କୋଣ୍ଡାଗାଓଁର ଡିଆରଜି ଯବାନଙ୍କ ପକ୍ଷରୁ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ମାଓବାଦୀଙ୍କୁ ନିପାତ କରାଯାଇଥିଲା । ଏନକାଉଣ୍ଟରେ ୨୬ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories