www.samajalive.in
Monday, December 15, 2025
27.1 C
Bhubaneswar

ସୀମାନ୍ତରେ ବନ କର୍ମଚାରୀଙ୍କୁ ହତ୍ୟା କଲେ ମାଓବାଦୀ

ସିନାପାଲି: ନୂଆପଡ଼ା ଜିଲା ସିନାପାଲି ସୀମାକୁ ଲାଗି ରହିଖିବା ଛତିଶଗଡ଼ ରାଜ୍ୟର ମେନପୁର୍​ଥ ନା ଅଞ୍ଚଳରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ସଶସ୍ତ୍ର ମାଓବାଦୀମାନେ ଅମାମୋରା ଗ୍ରାମର ପର୍ଶୁରାମ ଭୁଞ୍ଜିଆ (୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି।

ଗତ ୧୬ ତାରିଖ ଦିନ ଯୁବକ ଜଣକ ନିଜ ଜମିକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ପରେ ଯୁବକ ଜଣକ ଦାନ୍ତ ଘସି ଗାଧୋଇବା ପାଇଁ ନିକଟସ୍ଥ ବାଜିମୁଣ୍ତା ନାଳାକୁ ଯାଇଥିବା ବେଳେ ସେଠାରୁ ମାଓବାଦୀମାନେ ଅପହରଣ କରି ନେଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ପର୍ଶୁରାମ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ମିଲିନଥିଲା।

- Advertisement -

ମାଓବାଦୀମାନେ ୧୬ ତାରିଖରେ ମୃତକଙ୍କ ଶବକୁ ଗାଁ ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ସେଠାରେ କିଛି ମାଓବାଦୀ ଫୋଷ୍ଟରରେ ଏସ୍‌ଡିକେ, ସୁନାବେଡ଼ା, ଧରମବନ୍ଧା ଓ କୋୟଲିବେଡ଼ା ଖୋଲି, ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ଏହାପରେ କମ୍ବି ଅପରେସନ୍‌ ଜୋରଦାର କରାଯାଇଛି ବୋଲି ମେନପୁର୍ ଥାନା ଅଧିକାରୀ ସତ୍ୟେନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି। ପୁଲିସର ସୂଚନା ଅନୁଯାୟୀ ପର୍ଶୁରାମ ଭୁଞ୍ଜିଆ ବନ ବିଭାଗ କାର୍ଯ୍ୟାଳୟରେ କାମ କରୁଥିଲେ ଓ ଆଠ ହଜାର ଟଙ୍କା ଦରମା ପାଉଥିଲେ। ସେ ତିନି ଥର ମାଓବାଦୀ ଶିବିରକୁ ଠାବ କରାଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories