ମାଲକାନଗିରି: ମାଓବାଦୀ କମାଣ୍ଡର ଜିପ୍ରୋ ହବିକା ବୁଧବାର ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିପ୍ରୋର ଘର କୋରାପୁଟ ଜିଲା ଖଜାଗୁଡ଼ା ଗାଁରେ। ସେ ୨୦୧୨ରେ ସିପିଆଇ(ମାଓବାଦୀ ସଙ୍ଗଠନ)ରେ ଯୋଗ ଦେଇଥିଲା। ଗୁମା ଏରିଆ କମାଣ୍ଡର ଭାବେ ଜିପ୍ରୋ କାର୍ଯ୍ୟ କରୁଥିଲା। ଅନେକ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପରେ ଶେଷରେ ସଙ୍ଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଥିଲା। ଫଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି ସେ ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
Popular Categories



