www.samajalive.in
Friday, December 5, 2025
26.1 C
Bhubaneswar

ମହାଶିବରାତ୍ରୀ ବିଶେଷ ; ଜୀବନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କରନ୍ତୁ ଏହି ଉପାୟ

ବହୁବାର ବ୍ୟକ୍ତିଙ୍କ ଜୀବନରେ ଏଭଳି ପରିସ୍ଥିତ ଆସିଥାଏ, ଯାହା ପାଇଁ ସେ ଖୁବ ଚିନ୍ତିତ, ହତାଶ ଓ ଦୁଃଖୀ ହୋଇଥାଆନ୍ତି। । ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିପାରି ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ଜାତକରେ ଗ୍ରହଙ୍କ କୁପ୍ରଭାବ ପଡ଼ିବା ଦ୍ୱାରା ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଓ ଜାତକରୁ ଗ୍ରହ ଦୋଷ ଦୂର ପାଇଁ ମହା ଶିବରାତ୍ରୀ ଦିନକୁ ଖୁବ ଶୁଭ ବୋଲି କୁହାଯାଏ। ୨୧ ଫେବୃଆରୀ ଚଳିତ ବର୍ଷର ମହା ଶିବରାତ୍ରୀ। ଏହି ଦିନ ପ୍ରଭୁ ଭୋଳାଶଙ୍କରଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରଖି ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଗ୍ରହଙ୍କ କୁପ୍ରଭାବରୁ ମୁକ୍ତି ମିଳିପାରିବ। ଜାଣନ୍ତୁ…….
– କର୍ମକ୍ଷେତ୍ରରେ ସଫଳତା ପାଇଁ ଶିବରାତ୍ରୀରେ ଶିବଲିଙ୍ଗରେ ଦୁବ ଘାସ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଏଥିରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
– ଜାତକରେ ଗ୍ରହଙ୍କ କୁପ୍ରଭାବ ପଡ଼ିବା ଦ୍ୱାରା ବ୍ୟକ୍ତିଙ୍କ ମାନସିକ ଅଶାନ୍ତି ଓ ଦୁଶ୍ଚିତା ବୃଦ୍ଧି ପାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏହି ଦିନ ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ।
– ନିଜର ମାନସମ୍ମାନ ବୃଦ୍ଧି ପାଇଁ ମହାଶିବରାତ୍ରୀରେ ଶିବଶିଙ୍ଗରେ ଚନ୍ଦନର ଲେପ ଲଗାଇବା ସହ ଜଳ ଅର୍ପଣ କରନ୍ତୁ।
– ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଏହିଦିନ ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ।
– ବିବାହରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲେ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ମହାଶିବରାତ୍ରୀରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରନ୍ତୁ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories