www.samajalive.in
Saturday, December 6, 2025
14.1 C
Bhubaneswar

ମାଓବାଦୀଙ୍କ ସହିଦ୍ ସପ୍ତାହ ପାଳନ ପାଇଁ କଳାହଣ୍ଡିରେ କୁମ୍ବିଂ ଅପରେସନ୍ ଜୋରଦାର

ଭବାନୀପାଟଣା : ଗତ ୨୮ ତାରିଖରୁ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଳନ କରାଯାଉଥିବାରୁ କଳାହାଣ୍ଡି ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଓ ଜିଲ୍ଲାର ସିମାନ୍ତ ଅଞ୍ଚଳରେ କଳାହାଣ୍ଡି ପୁଲିସ ତରଫରୁ ଆଇଏନ୍ଏଫ୍ କରାଯିବା ସହିତ ମାଓ ପ୍ରବଣ ଅଞ୍ଚଳର କୁମ୍ବିଂ ଅପରେସନ୍ ଜାରି ରହିଛି ବୋଲି କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି। ଜୁଲାଇ ୨୮ ତାରିଖରୁ ସପ୍ତାହବ୍ୟାପି ମାଓବାଦୀଙ୍କ ସହିଦ୍ ସପ୍ତାହ ପାଳନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ସିଆରପିଏଫ୍, କୋବ୍ରା ବାଟାଲିୟନ୍, ଏସ୍ଓଜି, ଡିଭିଏଫ୍ ଏବଂ କଳାହାଣ୍ଡି ପୁଲିସ ତରଫରୁ ଜୋରଦାର କୁମ୍ଭିଂ ଅପରେସନ୍ କରାଯିବା ସହିତ ଜିଲ୍ଲାର ସବୁ ସିମାନ୍ତକୁ ପୁଲିସ ସିଲ କରି ଜିଲ୍ଲା ଭିତରକୁ ଆସୁଥିବା ସମସ୍ତ ଯାନବାହାନ ଓ ଲୋକମାନଙ୍କୁ କଡା ଯାଞ୍ଚ କରାଯାଉଛି। ଏହା ସହିତ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ୍ ଓ ସିଏପିଏଫ୍ କ୍ୟାମ୍ପରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ବି. ଗଙ୍ଗାଧର ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories