www.samajalive.in
Saturday, December 6, 2025
26.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ଲିଙ୍ଗରାଜ ଷ୍ଟେସନରୁ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଜିଆରପି ପୁଲିସ ଠାରୁ ସମସ୍ତ କାଗଜାତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚର ଏକ ଟିମ ଲିଙ୍ଗରାଜ ଷ୍ଟେସନ ଯାଇ ମାମଲାର ଛାନ ଭିନ କରୁଛନ୍ତି । ଲିଙ୍ଗରାଜ ଷ୍ଟେସନ ଆଦିତ୍ୟଙ୍କ ମୃତଦେହ ପଡିଥିବା ସ୍ଥାନରେ ଛାନ୍‌ଭିନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ପୁଲିସ ଡିଜିପି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେବା ପରେ ଲିଙ୍ଗରାଜ ଷ୍ଟେସନରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଖୋଳତାଡ଼ ଜାରିରହିଛି । ଇତିମଧ୍ୟରେ ଅନେକ ଲୋକଙ୍କୁ ଜେରା କରାଯାଇଥିଲେବି ରହସ୍ୟର ପେଡ଼ି ଖୋଲିପାରୁନାହିଁ । ଅପରପକ୍ଷରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲା । ଏହି ଘଟଣାରେ ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଏହା ସହ ସାମଜିକ ଗଣାମଧ୍ୟମରେ ଆଦିତ୍ୟଙ୍କ ବନ୍ଧୁ ଓ ପ୍ରଶଂସକମାନେ ମଧ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଆସୁଥିଲେ । ଫଳରେ ଆଜି ରାଜ୍ୟ ସରକାର ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ ।  ଏନେଇ ଗୁରୁବାର ସକାଳେ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ ଯୋଗେ ସୂଚନା ଦେଇଥିଲେ। ପୂର୍ବରୁ ଜିଆରପି ପୁଲିସ ଏହାର ତଦନ୍ତ କରୁଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତରୁ ସତ ମିଛର ପର୍ଦ୍ଧାଫାଶ ହେବବୋଲି ଆଦିତ୍ୟଙ୍କ ବନ୍ଧୁ ଓ ପ୍ରଶଂସକମାନେ ଆଶ ବାନ୍ଧି ବସିଛନ୍ତି ।

- Advertisement -

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories