www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗୁରର ଦାମ ୭.୫ ଲକ୍ଷ ଟଙ୍କା

ସାଧାରଣତଃ ଅଙ୍ଗୁରର ରଙ୍ଗ କଳା, ସବୁଜ ହୋଇଥାଏ। ଆପଣ କେବେ ଲାଲ ଅଙ୍ଗୁର ଖାଇଛନ୍ତି କି? ଏହା ଶୁଣି ପ୍ରଥମେ ଆପଣ ଭାବିବେ ଲାଲ ଅଙ୍ଗୁର କେଉଁଠି ଅଛି। ଏହା ସତ ଯେ ଲାଲ ଅଙ୍ଗୁର ମଧ୍ୟ ଅଛି। ମାତ୍ର ଏହା ସହଜରେ ଭାରତରେ ମିଳିନଥାଏ। ଏହାର ଏକ ଗୁଚ୍ଛର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ।
ଜାପାନରେ ଲୋକେ ୭.୫ ଲକ୍ଷ ଟଙ୍କାରେ ଏହି ଅଙ୍ଗୁରର ଛୋଟ ଗୁଚ୍ଛ କିଣିଥାଆନ୍ତି। ଏହି ଅଙ୍ଗୁର ପ୍ରଜାତିର ଏକ ନାମ ଋବୀ ରୋମନ। ଏହି ବିଶେଷ ପ୍ରକାର ପ୍ରଜାତିର ଗୋଟିଏ ଅଙ୍ଗୁରର ଓଜନ ପ୍ରାୟ ୨୦ ଗ୍ରାମ ହେବ। ଏକ ଗୁଚ୍ଛରେ ପ୍ରାୟ ୨୪ ଟି ଅଙ୍ଗୁର ରହିଥାଏ।
ଅଧିକ ଦାମ୍‍ ହେତୁ ଏହି ଅଙ୍ଗୁର ଧନୀ ଲୋକଙ୍କ ଫଳ ଭାବେ ପରିଚିତ। ୧୨ ବର୍ଷ ପୂର୍ବେ ଅଙ୍ଗୁରର ଏହି ପ୍ରଜାତିକୁ ଇଶିକାବା ପ୍ରାନ୍ତର ସରକାର ବିକଶିତ କରିଥିଲେ ବୋଲି କୁହାଯାଏ।
ଏହି ଅଙ୍ଗୁର ସ୍ୱାଦ ଖୁବ ମିଠା। ବିଶେଷ କରି ଜାପାନରେ ଲାଲ ଅଙ୍ଗୁର ଦାମୀ ଫଳ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଅନେକ ଶୁଭ ଅବସର କିମ୍ବା ବିଶେଷ ପର୍ବ ସମୟରେ ଏହି ଅଙ୍ଗୁରକୁ ଉପହାର ଭାବେ ଦିଆଯାଏ। ଏହି ଋବୀ ରୋମନ ନାମକ ଅଙ୍ଗୁର ଜାପାନରେ ସହଜରେ ନମିଳିଥାଏ। ତେଣୁ ଏଠାରେ ଏହାର ଦାମ ଖୁବ ଅଧିକ ବୋଲି କୁହାଯାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories