www.samajalive.in
Saturday, December 6, 2025
14.1 C
Bhubaneswar

ନୀଳଗିରି କଲେଜରୁ ମାଓ ପୋଷ୍ଟର ଜବତ; ଅଧ୍ୟାପକ ଓ ଛାତ୍ରଛାତ୍ରୀ ଭୟଭୀତ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି କଲେଜରେ ମଙ୍ଗଳବାର ମାଓ ପୋଷ୍ଟର ଦେଖିବାକୁ ମିଳିଛି। କଲେଜ ପରିସରରେ ମାଓ ପୋଷ୍ଟର ଦେଖି ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି। ଚଳିତ ବର୍ଷ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି । ଏହା ସହ କଲେଜରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଏହାକୁ ସଜାଡିବାକୁ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଏଥିରେ ବିଚ୍ୟୁତ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏବଂ ସେଥିପାଇଁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ଦାୟୀ ରହିବେ ବୋଲି ସିପିଆଇ ମାଓବାଦୀ ଛାତ୍ର ସଂଗଠନ ପୋଷ୍ଟରରେ ଚେତାବନୀ ଦେଇଛନ୍ତି। ଖବର ପାଇ ନୀଳଗିରି ଆଇଆଇସି ନଳିତା ମୋଦି ପହଞ୍ଚି ଉକ୍ତ ପୋଷ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ କଲେଜର ଯେଉଁ ଛାତ୍ର ସଂଗଠନ ନିର୍ବାଚନ ଲଢ଼ିବାରେ ନିଜକୁ ଦୁର୍ବଳ ଅନୁଭବ କରୁଛନ୍ତି, ସେମାନେ ଏହି ପୋଷ୍ଟର ମାରିଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ବନ୍ଦ ହେଲେ କେହି ଅପମାନିତ ହେବେ ନାହିଁ ଭାବି କିଛି ଛାତ୍ରଗୋଷ୍ଠୀ ଏଭଳି କରିଥିବା ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories