www.samajalive.in
Sunday, December 14, 2025
19.1 C
Bhubaneswar

ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲରୁ ବି.ଏସ୍‌.ଏଫ୍‌. ଜବାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ ହୋଇଛି । ତଥ୍ୟ ଅନୁଯାୟୀ ବିଶେଷ ସୁତ୍ରରୁ ଖବର ପାଇ ଜିଲା ପୁଲିସ ଓ ବି.ଏସ୍‌.ଏଫ୍ ଦ୍ୱିତୀୟ ବାଟାଲିୟନ ଜବାନ ମାନେ ସିଲାକୋଟା ଜଙ୍ଗଲ ଅଭିମୁଖେ ସର୍ଚ ଅପରେସନରେ ବାହାରିଥିଲେ । ସିଲାକୋଟା ଜଙ୍ଗଲର ଚାରୋଟି ସ୍ଥାନରେ ଏହି ମାଓ ସାମଗ୍ରୀ ଥିବା ଠାବ କରିଥିଲେ ।  ଉକ୍ତ ଚାରୋଟି ସ୍ଥାନ ମଧ୍ୟରୁ ତିନୋଟି ସ୍ଥାନରେ ପଥର ଗୁମ୍ଫା ମଧ୍ୟରୁ ଜବତ କରାଯାଇଥିବାବେଳେ ଉକ୍ତ ଗୁମ୍ଫାଠାରୁ ୫୦ ମିଟର ଦୂର ଦୁଇଟି ଗଛ ମଧ୍ୟରେ ଥିବା ଖାଲି ସ୍ଥଳ ମାଟି ତଳେ ସାମଗ୍ରୀ ଜବତ କରାଯାଇଥିଲ।। ଜବତ ହୋଇଥିବା ସାମଗ୍ରୀରେ ଗୋଟିଏ ପ୍ରେସର କୁକର ବୋମା, ତିନୋଟି ଟିଫିନ ଆଇଡି, ତିନୋଟି ଇଲେକ୍ଟ୍ରିକ୍ ଡିଟୋନେଟର, ୧୧ ମିଟର ବିଦ୍ୟୁତ୍ ତାର, ଗୋଟିଏ ମୋବାଇଲ ଫୋନ୍‌, ଗୋଟିଏ ପାବାର ବ୍ୟାଙ୍କ, ତିନୋଟି ଏସ୍‌.ବି.ଏମ୍‌.ଏଲ୍‌. ବନ୍ଧୁକ ରହିଛି । ତେବେ ଏକଦା ମାଓବାଦୀଙ୍କ ଗଡ ଭାବେ ପରିଚିତ ଥିବା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଅଂଚଳରୁ ଏହି ସମସ୍ତ ସାମଗ୍ରୀ ଜବତ ହୋଇଥିବାବେଳେ ସେହି ସମୟରେ ମାଓବାଦୀ ମାନେ ପୁଲିସକୁ ଟାର୍ଗେଟ କରି ଏଠାରେ ଲୁଚାଇ ରଖିଥିବା ଜଣାପଡିଛି ବୋଲି ମାଲକାନଗିରି ଏସ୍‌.ପି. ବିନୋଦ ପାଟିଲ ହେଚ୍‌. ସୂଚନା ଦେଇଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories