୩ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ୮ ଆଶା କର୍ମୀ ସମ୍ବର୍ଦ୍ଧିତ

ସମ୍ବଲପୁର: ସମ୍ବଲପୁର ଜିଲା ପ୍ରେକ୍ଷାଳୟ ତପସ୍ବିନୀ ଠାରେ ନଗରସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସୁଜାତାରାଣୀ ମିଶ୍ର ଉଦଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ନିଜ ଅଭିଭାଷଣରେ ମହିଳା ଆରୋଗ୍ୟ ସମିତି ସମ୍ବିଳନୀର ଉଦେଶ୍ୟ ଓ ସମିତିର ବିଭିନ୍ନ ସଫଳତା ଉପରେ ଆଲୋଚନା କରିଥିଲେ। ସମ୍ବଲପୁର ମହାନଗର ନିଗମ ଠାରେ ୧୯୮ ଗୋଟି ଆଶା ୨୩୩ ଗୋଟି ମହିଳା ଆରୋଗ୍ୟ ସମିତି ବସ୍ତି ସ୍ତରରେ କାର୍ଯ୍ୟ କରୁଛନ୍ତି। ସେମାନେ ବସ୍ତିକୁ ସଫାସୁତୁରା ରଖିବା, ଆନୁଷ୍ଠାନିକ ପ୍ରସବ କରାଇବା, ପ୍ରତେକ ଶିଶୁକୁ ଟୀକାକରଣ କରାଇବା ସହିତ ପରିବାର ନିୟୋଜନ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ସେମାନଙ୍କର କାର୍ଯ୍ୟକୁ ସମୀକ୍ଷା କରି ୯୦ ଗୋଟି ମହିଳା ଆରୋଗ୍ୟ ସମିତିକୁ ୩୦୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ପୁରୁଷ ବନ୍ଧ୍ୟାକରଣ, ମହିଳା ବନ୍ଧ୍ୟାକରଣ ଓ ଅଣ ସଂକ୍ରାମକ ରୋଗ ଚିହ୍ନଟ କ୍ଷେତ୍ରରେ ବିଶେଷ ଅବଦାନ ହେତୁ ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ, ୮ ଗୋଟି ଆଶା ଦିଦି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.