www.samajalive.in
Saturday, December 6, 2025
16.1 C
Bhubaneswar

ମୁମ୍ବଇ: ୩୦୦ ଟଙ୍କାରେ ନକଲି କୋଭିଡ଼୍‍-୧୯ ନେଗେଟିଭ୍‍ ରିପୋର୍ଟ ଯୋଗାଇ ଦେଉଛନ୍ତି ଟ୍ରାଭେଲ୍‍ ଏଜେଣ୍ଟ

ମୁମ୍ବଇ: କରୋନା ମହାମାରୀ ପାଇଁ ମୁମ୍ବଇରେ କଟକଣା କଡ଼ାକଡ଼ି ହେବା ପରେ ଅନେକ ପ୍ରବାସୀ ଶ୍ରମିକ ପୁଣି ଗାଁ ମୁହାଁ ହୋଇଛନ୍ତି। ଅନେକ ରାଜ୍ୟରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ କୋଭିଡ଼୍‍ ଆର୍‍ଟିପିସିଆର୍‍ ନେଗେଟିଭ୍‍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଇତି ମଧ୍ୟରେ ଟଙ୍କା ନେଇ ଲୋକଙ୍କୁ ନକଲି କୋଭିଡ଼୍‍ ରିପୋର୍ଟ ଦେବା ବ୍ୟବସାୟ ଆରମ୍ଭ ହୋଇଯାଇଛି। ମୁମ୍ବଇର ଘାଟକୋପର ସ୍ଥିତ ଗୋପାଲ ଭୁବନ ବସ୍‍ ଷ୍ଟପ୍‍ ଏବଂ ବୋରିଭଲିର ଏସ୍‍ଜିଏନ୍‍ପି ବସ୍‍ ଷ୍ଟପ୍‍ରେ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଏକ ଷ୍ଟିଙ୍ଗ୍‍ ଅପରେସନ କରାଯାଇଥିଲା, ଯାହାଦ୍ୱାରା ଜଣାପଡ଼ିଥିଲା ଯେ ଅନେକ ଟୁର୍‍ସ ଆଣ୍ଡ୍‍ ଟ୍ରାଭେଲ ଅପରେଟରମାନେ ଗୁଜରାଟ ଓ ରାଜସ୍ଥାନ ଯାଉଥିବା ଯାତ୍ରୀଙ୍କୁ ୩୦୦-୫୦୦ ଟଙ୍କା ବଦଳରେ ଜାଲ୍‍ କୋଭିଡ଼୍‍-୧୯ ନେଗେଟିଭ୍‍ ରିପୋର୍ଟ ଯୋଗାଇ ଦେଉଛନ୍ତି। ନକଲି ସାର୍ଟିଫିକେଟ୍‍ ଯୋଗାଉଥିବା ଅଭିଯୋଗରେ ମଙ୍ଗଳବାର ମୀରା ରୋଡ଼ରେ ଜଣେ ଟୁର୍‍ ଅପରେଟର କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି। ମାତ୍ର ଅନ୍ୟ ଟ୍ରାଭେଲ୍‍ ଏଜେଣ୍ଟମାନେ ଏହି ବ୍ୟବସାୟ ଜାରି ରଖିଛନ୍ତି।

ବସରେ ଯାତ୍ରା କରୁଥିବା ଶ୍ରମିକମାନେ କହିଛନ୍ତି, ମହାରାଷ୍ଟ୍ରରୁ ଗୁଜରାଟ ଯିବା ସମୟରେ କେବଳ ଚେକ୍‍ ପଏଣ୍ଟଗୁଡ଼ିକରେ ନେଗେଟିଭ୍‍ ଆର୍‍ଟିପିସିଆର୍‍ ରିପୋର୍ଟ ଦରକାର ପଡ଼ୁଛି। ଟୁର୍‍ ବସ୍‍ ଅପରେଟରମାନେ ଦମ୍ଭର ସହ କହୁଛନ୍ତି ଯେ, ଯଦି କିଛି ଅସୁବିଧା ହୁଏ ତେବେ ଆମେ ସେକଥା ବୁଝିବୁ। ସେମାନେ ଦାବି କରିଛନ୍ତି ଯେ, ସେମାନଙ୍କ ଜାଲ୍‍ ଟେଷ୍ଟ ରିପୋର୍ଟ ଅସଲିଠାରୁ ଅଧିକ ପ୍ରଭାବଶାଳୀ। ତାଙ୍କ କହିବାନୁସାରେ ସୀମାରେ ନିୟୋଜିତ ହୋଇଥିବା ପୁଲିସମାନଙ୍କ ସହ ମିଶି ସେ ଏହାର ବ୍ୟବସ୍ଥା କରିଛନ୍ତି, ଯେପରି ସହଜରେ ସୀମା ଅତିକ୍ରମ କରି ଯାଇପାରିବେ।

- Advertisement -

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories