www.samajalive.in
Saturday, December 6, 2025
26.1 C
Bhubaneswar

ଟିକା ଉତ୍ସବର ଚତୁର୍ଥ ଦିନ : କୋଭିଡ-୧୯ ଟିକାକରଣ ୧୧ କୋଟି ୧୧ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ଟିକା ଉତ୍ସବର ଚତୁର୍ଥ ଦିନରେ ଦେଶରେ ମୋଟ କୋଭିଡ-୧୯ ଟିକାକରଣ ୧୧ କୋଟି ୧୧ଲକ୍ଷ ୭୯ ହଜାର୫୮୭ରେ ପହଞ୍ଚିଛି ।

ଆଜି ସୁଦ୍ଧା ୧୬,୫୩,୪୮୮ ସେସନରେ ୧୧,୧୧,୭୯,୫୭୮ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୦,୪୮,୬୮୬ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ  ପ୍ରଥମ ଡୋଜ୍, ୫୫,୮୧,୦୭୨ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ୧, ୦୧, ୩୬,୪୩୦ ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍, ୫୦,୧୦,୭୭୩ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।ସେହିପରି ୬୦ ବର୍ଷ ବୟସରୁ ଅଧିକ ବୟସର ୪,୨୪,୬୬,୩୫୪୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୪,୬୭,୪୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଅନ୍ୟପକ୍ଷରେ ୪୫ ବର୍ଷରୁ ୬୦ ବର୍ଷ ବୟସର ୩,୫୬,୫୦,୪୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୧୮,୩୩୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୮୮ତମ ଦିବସରେ ଗତକାଲି ୨୬,୪୬,୫୨୮ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୪,୬୪୩ ସେସନରେ ୨୨,୫୮,୯୧୦ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୩,୮୭,୬୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

- Advertisement -

ଦେଶରେ ହୋଇଥିବା ମୋଟ ଟିକାକରଣର ୬୦.୧୬% ଟିକା କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ତାନ ଏବଂ ମହାରାଷ୍ଟ୍ର ଆଦି ୮ଟି ରାଜ୍ୟରେ ଦିଆଯାଇଛି ।

ଅନ୍ୟପକ୍ଷରେ କୋଭିଡ ମହାମାରୀ ବିରୋଧରେ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଆଜି ଦେଶ ମୋଟ ୨୬ କୋଟି ନମୁନା ପରୀକ୍ଷା ଅତିକ୍ରମ କରିଛି । ନିର୍ଦ୍ଦିଷ୍ଟ ଭାବେ ୨୬,୦୬,୧୮,୮୬୬ ନମୁନା ପରୀକ୍ଷା ଶେଷ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୧,୭୫୮ ନମୁନା ପରୀକ୍ଷା କରାଯାଇଛି । ଦେଶରେ ଏବେ ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷାର କ୍ଷମତା ରହିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories