www.samajalive.in
Friday, December 5, 2025
17.1 C
Bhubaneswar

ଯୁବକମାନଙ୍କର ସକ୍ରିୟ ଯୋଗଦାନ ବଳରେ ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର ହୋଇପାରିବ : ମୋଦୀ

ନୂଆଦିଲ୍ଲୀ : ଯୁବକମାନଙ୍କର ଦକ୍ଷତା ଓ ସକ୍ରିୟ ଯୋଗଦାନ ବଳରେ ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜାତୀୟ ଶିକ୍ଷାନୀତି-୨୦୨୦ ବିଶ୍ୱ ମାନଦଣ୍ଡ ଆଧାରରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍‍ ଶିକ୍ଷାବୀତ୍‍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଦୂରଦୃଷ୍ଟିକୁ ଆଧାର କରି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ।

ଭାରତୀୟ ବିଶ୍ୱବିଦ୍ୟାଳୟ ମହାସଂଘର ୯୫ତମ ବାର୍ଷିକ ସମ୍ମିଳନୀ ଏବଂ କୂଳପତି ମାନଙ୍କର ଜାତୀୟ ସେମିନାରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଦେଶର ଉଭୟ ଆନୁଷ୍ଠାନିକ ଏବଂ ଏବଂ ଶୈଖିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି ।ଛାତ୍ରଛାତ୍ରୀମାନଙ୍କୁ ମାନସିକ ଏବଂ ନୈତିକ ସ୍ତରରେ ସୁଦୃଢ଼ କରିବା ପାଇଁ ଆନୁଷ୍ଠାନିକ ଶକ୍ତି ଉପରେ ଅଧିକ ଜୋର୍‍ ଦିଆଯାଉଛି ।ଦେଶର ଯୁବକମାନଙ୍କୁ
ଦକ୍ଷତା ବିକାଶ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ପ୍ରଶିକ୍ଷଣ ଦେବାପାଇଁ ଭାରତୀୟ ଦକ୍ଷତା ବିକାଶ ଅନୁଷ୍ଠାନ ବିଭିନ୍ନ ସହରରେ ପ୍ରତିଷ୍ଠା କରାଯାଉଛି ।
ଆଜି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇ ସେ କହିଛନ୍ତି ବାବା ସାହେବ ୩ଟି ନୀତି ଉପରେ ବିଶ୍ୱାସ କରୁଥିଲେ । ତାହା ହେଉଛି ଜ୍ଞାନ, ଆତ୍ମସମ୍ମାନ ଏବଂ ନମ୍ରତା ।ଏହି ଅବସରରେ କିଶୋର ମକୱାନାଙ୍କ ଦ୍ୱାରା ବାବାସାହେବ
ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଲିଖିତ ୪ଟି ପୁସ୍ତକକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଗୁଡ଼ିକ ହେଉଛି ଡକ୍ଟର ଆମ୍ବେଦକର ଜୀବନ ଦର୍ଶନ, ଡକ୍ଟର ଆମ୍ବେଦକର ବ୍ୟକ୍ତି ଦର୍ଶନ, ଡକ୍ଟର ଆମ୍ବେଦକର ରାଷ୍ଟ୍ର ଦର୍ଶନ ଏବଂ ଡକ୍ଟର ଆମ୍ବେଦକର ଆୟାମ ଦର୍ଶନ ।ଯୁବକମାନେ ଏହି ପୁସ୍ତକ ଅଧ୍ୟୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଭାରତୀୟ ବିଶ୍ୱବିଦ୍ୟାଳୟ ମହାସଂଘ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସଂଘ ଭାବେ ୯୫ତମ ବାର୍ଷିକ ସମ୍ମିଳନୀ ଆୟୋଜନ କରିଛି ଏବଂ ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।
ଗୁଜରାଟର ଅହମ୍ମଦାବାଦସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଦ୍‍ଘାଟନୀ ସମାରୋହରେ ଯୋଗ ଦେଇଥିଲେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories