www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରସିଦ୍ଧ ସିଂହନାଥ ପୀଠରେ ସମସ୍ୟା ହିଁ ସମସ୍ୟା; କେବେ ପଡ଼ିବ ସରକାରଙ୍କ ଦୃଷ୍ଟି?

ବଡ଼ମ୍ବା : ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ମହାନଦୀ ବକ୍ଷସ୍ଥଳରେ ଅବସ୍ଥିତ ବଡ଼ମ୍ବା ଗୋପୀନାଥପୁରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଦେବଙ୍କ ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର। ଅଷ୍ଟମ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିରକୁ ସଂଯୋଗ କରୁଛି ନିକଟରେ ଲୋକାର୍ପିତ ହୋଇଥିବା ମହାନଦୀ ଉପରେ ଦୀର୍ଘତମ ଇଂରାଜୀ ଟି ଆକୃତିର ସେତୁ। ପୂର୍ବରୁ ଗମନାଗମନର ସୁବିଧା ନଥିବାରୁ ଡଙ୍ଗା ପାରହୋଇ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ କାଁ ଭାଁ ଯାଉଥିଲେ। ହେଲେ ଏବେ ସେତୁ ଲୋକାର୍ପିତ ହେବା ପରଠୁ ଏହି ପୀଠଟି ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟବାସୀଙ୍କୁ ଆକର୍ଷିତ କରୁଛି। ପ୍ରତ୍ୟହ ଶହଶହ ସଂଖ୍ୟାରେ ଦର୍ଶକ ଏହି ମନ୍ଦିର ପରିଦର୍ଶନରେ ଆସୁଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ସବୁଜବନାନୀ ପରିବେଷ୍ଟିତ ମନ୍ଦିର ବେଢା ଓ ଏହାର ପରିସର ଆକର୍ଷଣୀୟ ହୋଇଥିବା ବେଳେ ଏଠାରେ ଦର୍ଶକଙ୍କପାଇଁ ଅତ୍ୟାବଶ୍ୟକ ସୁବିଧା ନାହିଁ। ପର୍ଯ୍ୟଟନ ବିଭାଗ ତରଫରୁ ମନ୍ଦିର ପରିସରରେ ଅନେକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହିତ ଏକ ବାଖ୍ୟାୟନ କେନ୍ଦ୍ର ଏବଂ ସଭା କକ୍ଷ ନିର୍ମାଣ କରାଯାଇଛି। ରାଜରାଜୁଡ଼ା ସମୟରୁ ଏଠାରେ ଥିବା ପୁରୁଣା ପାନ୍ଥଶାଳାକୁ ନବକଳେବର କରାଯାଇଛି। ତେବେ ମନ୍ଦିରକୁ ବିଦ୍ୟୁତ ସଂଯୋଗ ନାହିଁ କି ପର୍ଯ୍ୟାପ୍ତ ପାନୀୟ ଜଳର ସୁବିଧାନାହିଁ। ସେହିଭଳି ଆଗନ୍ତୁକ ମହିଳା ଦର୍ଶନାର୍ଥୀ ହୁଅନ୍ତୁ କି ପର୍ଯ୍ୟଟକଙ୍କ ପାଇଁ ପୀଠରେ ଶୌଚାଳୟ ସୁବିଧା ନାହିଁ। ସେତୁ ଲୋକାର୍ପଣ ପରେ ଦୁଇଟି ପ୍ରମୁଖ ସମସ୍ୟା ଉପନୀତ ହୋଇଛି। ଗାଡ଼ି ରଖିବାକୁ ପାର୍କିଂ ସୁବିଧା ନଥିବାରୁ ଲୋକେ ସେତୁ ଉପରେ ଯାନବାହାନ ରଖୁଛନ୍ତି। ସେହିଭଳି ସଂଧ୍ୟାପରେ ଯେଉଁ ଶ୍ରଦ୍ଧାଳୁ ପୀଠରେ ରହୁଛନ୍ତି ବିଦ୍ୟୁତ ଏବଂ ଆଲୋକିକରଣ ସୁବିଧା ନଥିବାରୁ ସେମାନେ ଅନ୍ଧକାରରେ ବେଢା ପରିକ୍ରମା କରିବାରୁ ବଞ୍ଚିତ ହେଉଛନ୍ତି। ଗୋଟିଏ ସୌରଚାଳିତ ଲାଇଟ ଖୁମ୍ବ ମୁଖ୍ୟମନ୍ଦିର ଉତ୍ତର ପାର୍ଶ୍ବରେ ରହିଛି ଯାହାକୁ ନେଇ ଶ୍ରଦ୍ଧାଳୁ କେବଳ ଠାକୁରଙ୍କ ସଂଧ୍ୟା ଦର୍ଶନ କରିପାରୁଛନ୍ତି। ଆବଶ୍ୟକ ଆଲୋକ ବ୍ୟବସ୍ଥା ନଥିବାରୁ ବେଢାରେ ଥିବା ଦକ୍ଷିଣକାଳୀ ମନ୍ଦିର ଏବଂ ନିକଟ ପାହାଡ଼ ଶିଖରରେ ଥିବା ଶ୍ରୀରଘୁନାଥ ମନ୍ଦିରରେ ଠାକୁରଙ୍କ ସଂଧ୍ୟା ଦର୍ଶନରୁ ଅନେକ ଶ୍ରଦ୍ଧାଳୁ ବଞ୍ଚିତ ହେଉଥିବା ଜଣାଯାଇଛି। ଗୋଟିଏ ପଟେ ସେତୁ କାରଣରୁ ପୀଠଟି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପାର୍କିଂ, ପାଣି ଏବଂ ବିଦ୍ୟୁତ ସମସ୍ୟାକୁ ନେଇ ଆଗନ୍ତୁକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ତଥା ବଣଭୋଜି ଲାଗି ମନବଳାଉଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ।

ସେହିଭଳି ପ୍ରାୟ ସାଢେ ୩ କିମି ଦୂରତାର ଏହି ଦୀର୍ଘତମ ସେତୁ ସଂଧ୍ୟା ପରେ ସମ୍ପୂର୍ଣ୍ଣ ଅନ୍ଧକାରାଛନ୍ନ ରହୁଥିବାରୁ ମଦ୍ୟପ, ଅସାମାଜିକ ଲୋକେ ଏହା ଉପରେ ଆଡ୍ଡା ଜମାଇବା ନେଇ ଯାତ୍ରୀମାନେ ଅସୁରକ୍ଷିତ ମଣୁଥିବା ଦେଖାଯାଉଛି। ପ୍ରତ୍ୟହ ମନ୍ଦିର ବେଢା ଏବଂ ସେତୁ ଉପରେ ପୁଲିସ ପହରା ଜରୁରୀ ମନେକରାଯାଉଛି। ସେତୁ ଉପରେ ସ୍ଥାୟୀ ଆଲୋକିକରଣ ସହିତ ମନ୍ଦିର ବେଢାରେ ପର୍ଯ୍ୟାପ୍ତ ପାନୀୟ ଜଳର ସୁବିଧା, ଅଧିକ ସୌର ଆଲୋକର ବ୍ୟବସ୍ଥା ସାଙ୍ଗକୁ ଶୌଚାଳୟ ଏବଂ ବେଢାର ପରିସ୍କାର ପରିଛନତା ତଥା ରକ୍ଷଣାବେକ୍ଷଣ ନେଇ ସ୍ଥାୟୀ ପ୍ରତିକାର ଦିଗରେ ସରକାର ତଥା ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories