www.samajalive.in
Friday, December 5, 2025
20.1 C
Bhubaneswar

ସମସ୍ୟା ଘେରରେ ଯୁବାଗୁଡା ପଞ୍ଚାୟତ

ଫୁଲବାଣୀ: ସ୍ୱାଧୀନତାର ୭୭ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏବେବି ଅନେକ ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ। ନା ଅଛି ରାସ୍ତା ଘାଟ, ନା ଅଛି ବିଦ୍ୟୁତ ଆଲୋକ, ନା ମିଳୁଛି ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା ମଧ୍ୟ କରୁଛନ୍ତି। ସବୁ କାଗଜ କଲମରେ ଚାଲିଛି କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଜାହାର ଜଳନ୍ତା ଉଦାହୋରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦୁର୍ଗମ କୋଟଗଡ଼଼ ବ୍ଲକ ଅନ୍ତର୍ଗତ ଯୁବାଗୁଡା ପଞ୍ଚାୟତରେ। ପଞ୍ଚାୟତର ଜଙ୍ଗଲ, ପାହାଡ଼, ପର୍ବତ ଘେରରେ କୁଚିମିଲା ୱାର୍ଡର ବଣ୍ଡାଙ୍ଗ ପଦର, ବାନ୍ଦାଙ୍ଗ ନାଯୁ ଗାଁ, ଡେରେଡି ଗ୍ରାମରେ କେବଳ ଆଦିବାସୀମାନେ ହିଁ ବସବାସ କରିଆସୁଛନ୍ତି। ଆଜିକୁ ପ୍ରାୟ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ୪ଟି ଗ୍ରାମରେ ୬୦ ପରିବାର ବସବାସ କରନ୍ତି। ଏହି ଗ୍ରାମରେ ଲୋକେ ଏତେ ବର୍ଷ ରହି ବସବାସ କଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନାହିଁ ଅତି ଦୁଃଖ ଓ ପରିତାପର ବିଷୟ।
ଏହି ଗ୍ରାମକୁ ଯିବାକୁ ହେଲେ ଯୁବାଗୁଡା ପଞ୍ଚାୟତ ଠାରୁ ଦୂରତା ପ୍ରାୟ ୭ କିମି ହେବ। ୨/୩ ଗୋଟି ପାହାଡ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ଏସବୁ ଗ୍ରାମ ଗୁଡିକୁ ଯାତାୟତ ନିମନ୍ତେ ରାସ୍ତା ଟିଏ ନାହିଁ। ଫଳରେ ଲୋକେ ଜଙ୍ଗଲ, ପାହାଡ଼, ପର୍ବତ ଦେଇ ଯାତାୟତ କରନ୍ତି କେବେଳ ପାଦ ଚଲା ରାସ୍ତା ହିଁ ଭରସା। ବର୍ଷା ଦିନରେ ପଞ୍ଚାୟତରୁ ମିଳୁଥିବା ପିଡିଏସ ଚାଉଳ, ବୃଦ୍ଧାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଆଣି ପାରୁନାହାଁନ୍ତି। ରାସ୍ତା ଘାଟ ନଥିବା ଯୋଗୁଁଁ ଆମ୍ବୁଲାନ୍ସ, ମେଡିକାଲ କର୍ମଚାରୀ ମଧ୍ୟ ଆସନ୍ତି ନାହିଁ। ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ଖଟିଆରେ ଭାର କରି ଶ୍ରୀରାମପୁର ଅରଗ୍ୟ ଚିକିତ୍ସାଳୟକୁ ନେଇଥାନ୍ତି। ସେହିପରି ପାନୀୟ ଜଳ, ବିଦ୍ୟୁତ ଓ ପିଲାଙ୍କ ପାଠପଢା ସମସ୍ୟା ମଧ୍ୟ ଗ୍ରାମରେ ଦୀର୍ଘ ଦିନ ହେବ ଲାଗି ରହିଛି। ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories