www.samajalive.in
Friday, December 5, 2025
23.1 C
Bhubaneswar

ରାସ୍ତା ନିର୍ମାଣ ଦାବି: ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା : କେନ୍ଦୁଝର ଘଟଗାଁ ବ୍ଲକ ତୋରାଣୀ ପୋଖରୀ ଗାଁରେ ରାସ୍ତା ସମସ୍ୟା।  ଦୀର୍ଘ ବର୍ଷ ଧରି ଗାଁ ଲୋକ ଜଙ୍ଗଲ ମଧ୍ୟ ଦେଇ ଧୋବାପିଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଯିବା ଆସିବା କରିଆସୁଥିଲେ । ଗ୍ରାମ ପଞ୍ଚାୟତ, ବ୍ଲକ୍ ଅଫିସ୍, ଜିଲ୍ଲା ଅଫିସ୍, ଡାକ୍ତରଖାନା ଯିବା ପାଇଁ ଉକ୍ତ ରାସ୍ତାଟି ଏକ ମାତ୍ର ରାସ୍ତା ଥିଲା । କିନ୍ତୁ ଗତ ମାସ ୧୮ ତାରିଖ ଉକ୍ତ ରାସ୍ତାଟିକୁ ପାଟଣା ବନ ବିଭାଗ ଦ୍ଵାରା ତାର ବାଡ ଦେଇ ବନ୍ଦ କରି ଦିଆଯାଇଛି। ଏହି ଜଙ୍ଗଲୀ ରାସ୍ତାରେ ଗାଁକୁ ପହଂଚିବାକୁ ହେଲେ ଅଧା କିଲୋମିଟର ହୋଇଥାଏ କିନ୍ତୁ ରାସ୍ତା ବନ୍ଦ କରି ଦିଆଯାଇଥିବାରୁ ୫ ରୁ ୭ କିମି ଦୂରତା ଅତିକ୍ରମ କରି ଗାଁକୁ ପହଁଚିବା ପାଇଁ ପଡୁଛି। ତେଣୁ ଗ୍ରାମବାସୀମାନେ ଗ୍ରାମ ପଞ୍ଚାୟତ, ବ୍ଲକ୍ ଅଫିସ୍, ଜିଲ୍ଲା ଅଫିସ୍, ଡାକ୍ତରଖାନା ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ତେ ବାଧ୍ୟ ହୋଇ କେନାଲ ହୁଡା ଉପରେ ଯିବା ଆସିବା କରୁଛନ୍ତି ଯାହାକି ଅଘଟଣ ହେବାର ସମ୍ଭାବନା ରହୁଛି ।  ଏନେଇ ବାରମ୍ବାର ପାଟଣା ବନାଞ୍ଚଳ ଅଧିକାରୀ
,ଜିଲ୍ଲାପାଳ, ସ୍ଥାନୀୟ ସରପଞ୍ଚ, ସ୍ଥାନିୟ ତହସିଲଦାର ଏବଂ ବିଡିଓଙ୍କୁ ଜଣାଯାଇଛି, ହେଲେ କିଛି ସୁଫଳ ମିଳିନି। ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଭଣ୍ଡାରିପଶିବାସୀ ତୋରାଣିପୋଖରୀ ପଞ୍ଚାୟତ କାର୍ଯ୍ୟଳୟରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆଜି(ମଙ୍ଗଳବାର) ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଭେଟିବାର ସୂଚନା ରହିଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories