www.samajalive.in
Monday, December 15, 2025
24.1 C
Bhubaneswar

ଏହି ଇ-ବାଇକର ଡିଜାଇନ୍ କରିବ ଦିଓ୍ବାନା, ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଯଦି ଆପଣ କୌଣସି ସାଧାରଣ ଇ-ବାଇକ୍ ଚଳାଇ ଥକି ଗଲେଣି ଏବଂ ପେଟ୍ରୋଲ ବାଇକ୍ ଭଳି ଷ୍ଟାଇଲିସ୍ ଇ-ବାଇକ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ଆସିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ବାଇକ୍ ସମ୍ପର୍କରେ ଜଣାଇବୁ ଯାହାର ଲୁକ୍ ଏବଂ ଫିଚର୍ ଆପଣଙ୍କୁ ଚକିତ କରିବ । ଏହି ବାଇକର ନାଁ Odysse evoqis ଯାହାର ଡିଜାଇନ୍ ଏବଂ ଫିଚର୍ ବହୁତ ଦମଦାର ।

ଏହା ଏକ ହାଇଟେକ୍ ଏବଂ ସ୍ପୋର୍ଟି ଡିଜାଇନ୍ ସହିତ ଆସୁଛି । ଏଥିରେ ଏଲଇଡି ହେଡଲାଇଟ୍ସ, ଟେଲଲାଇଟ୍ସ ଏବଂ ଟର୍ଣ୍ଣ ଇଣ୍ଡିକେଟର ମିଳିଥାଏ । ଓଡିସୀ ଇଭୋକ୍ସରେ ଏକ ପାଓ୍ବରଫୁଲ୍ ଇଲେକ୍ଟ୍ରିକ୍ ମୋଟର ରହିଛି ଯାହା ସ୍ପିଡ୍ ଏବଂ କ୍ବିକ୍ ଟର୍କ ପ୍ରଦାନ କରିଥାଏ । ଏହାର ସର୍ବାଧିକ ସ୍ପିଡ୍ ପ୍ରାୟ ୮୦ କିଲୋମିଟର ପ୍ରତିଘଣ୍ଟା । ଏହାର ବ୍ୟାଟେରୀ କ୍ଷମତା ୪.୩୨ କିଲୋଓ୍ବାଟ୍ ।

- Advertisement -

ଓଡିସୀ ଇଭୋକ୍ସରେ ଥରେ ଚାର୍ଜ କଲେ ୧୪୦ କିଲୋମିଟର ଯାତ୍ରା କରିହେବ । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ରହିଛି ଯଥା ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଆଣ୍ଟି ଥେଫ୍ଟ ଆଲାର୍ମ ଓ ମୋବାଇଲ କନେକ୍ଟିଭିଟି । ଏଥିରେ ଆରାମଦାୟକ ସିଟ୍ ଏବଂ ଉତ୍ତମ ସସପେନ୍ସନ ମଧ୍ୟ ଦିଆଯାଇଛି । ଓଡିସୀ ଇଲେକ୍ଟ୍ରିକ୍ ଏଭୋକିସର ଦାମ୍ ୧.୭୧ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରଖିଛି କମ୍ପାନୀ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories