www.samajalive.in
Wednesday, December 10, 2025
18.1 C
Bhubaneswar

ଏହି ଇ-ବାଇକର ଡିଜାଇନ୍ କରିବ ଦିଓ୍ବାନା, ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଯଦି ଆପଣ କୌଣସି ସାଧାରଣ ଇ-ବାଇକ୍ ଚଳାଇ ଥକି ଗଲେଣି ଏବଂ ପେଟ୍ରୋଲ ବାଇକ୍ ଭଳି ଷ୍ଟାଇଲିସ୍ ଇ-ବାଇକ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ଆସିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ବାଇକ୍ ସମ୍ପର୍କରେ ଜଣାଇବୁ ଯାହାର ଲୁକ୍ ଏବଂ ଫିଚର୍ ଆପଣଙ୍କୁ ଚକିତ କରିବ । ଏହି ବାଇକର ନାଁ Odysse evoqis ଯାହାର ଡିଜାଇନ୍ ଏବଂ ଫିଚର୍ ବହୁତ ଦମଦାର ।

ଏହା ଏକ ହାଇଟେକ୍ ଏବଂ ସ୍ପୋର୍ଟି ଡିଜାଇନ୍ ସହିତ ଆସୁଛି । ଏଥିରେ ଏଲଇଡି ହେଡଲାଇଟ୍ସ, ଟେଲଲାଇଟ୍ସ ଏବଂ ଟର୍ଣ୍ଣ ଇଣ୍ଡିକେଟର ମିଳିଥାଏ । ଓଡିସୀ ଇଭୋକ୍ସରେ ଏକ ପାଓ୍ବରଫୁଲ୍ ଇଲେକ୍ଟ୍ରିକ୍ ମୋଟର ରହିଛି ଯାହା ସ୍ପିଡ୍ ଏବଂ କ୍ବିକ୍ ଟର୍କ ପ୍ରଦାନ କରିଥାଏ । ଏହାର ସର୍ବାଧିକ ସ୍ପିଡ୍ ପ୍ରାୟ ୮୦ କିଲୋମିଟର ପ୍ରତିଘଣ୍ଟା । ଏହାର ବ୍ୟାଟେରୀ କ୍ଷମତା ୪.୩୨ କିଲୋଓ୍ବାଟ୍ ।

- Advertisement -

ଓଡିସୀ ଇଭୋକ୍ସରେ ଥରେ ଚାର୍ଜ କଲେ ୧୪୦ କିଲୋମିଟର ଯାତ୍ରା କରିହେବ । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ରହିଛି ଯଥା ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଆଣ୍ଟି ଥେଫ୍ଟ ଆଲାର୍ମ ଓ ମୋବାଇଲ କନେକ୍ଟିଭିଟି । ଏଥିରେ ଆରାମଦାୟକ ସିଟ୍ ଏବଂ ଉତ୍ତମ ସସପେନ୍ସନ ମଧ୍ୟ ଦିଆଯାଇଛି । ଓଡିସୀ ଇଲେକ୍ଟ୍ରିକ୍ ଏଭୋକିସର ଦାମ୍ ୧.୭୧ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରଖିଛି କମ୍ପାନୀ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories