www.samajalive.in
Sunday, December 7, 2025
16.1 C
Bhubaneswar

ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଯାଜପୁର ଜିଲା କଳିଙ୍ଗନଗରରେ ୨୪ ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝୀ । ମୋଟ୍‌ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ସହ ଏହି ୨୪ ପ୍ରକଳ୍ପରେ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଯାଜପୁରରେ ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଶିଳାନ୍ୟାସ କି ଉଦ୍‌ଘାଟନ ନୁହେଁ, ଏହା ସମୃଦ୍ଧ ଓଡିଶାର ଭବିଷ୍ୟତ ନିର୍ମାଣ । ଏସବୁ ପ୍ରକଳ୍ପ ଯୋଗୂଁ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏକ କେବଳ ସଂଖ୍ୟା ନୁହେଁ ପ୍ରତ୍ୟେକ ନିଯୁକ୍ତିର ଅର୍ଥ ଗାଁର ଯୁବକଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହେବ । ସରକାରଙ୍କ ଦୃଢ ଇଚ୍ଛା ଶକ୍ତି ଯୋଗୁଁ କଳିଙ୍ଗନଗରରେ ୨୦ଟି ଶିଳ୍ପର ଶିଳାନ୍ୟାସ କରାଗଲା । ୧୧୩ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତିକୁ ସରକାର ପୂରଣ କରିଛନ୍ତି । ଯେଉଁ ସମସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେଲା, ତାହା ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଲକ୍ଷାଧିକ ଓଡିଆ ଯୁବକ ଯୁବତୀ ନିଜ ରାଜ୍ୟର ମାଟିରେ ନିଜ ସ୍ୱପ୍ନ ପୂରଣ କରି ପାରିବେ । ଏହା କେବଳ ଚାକିରି ନୁହେଁ ଯୁବ ବର୍ଗଙ୍କ ପାଇଁ ଏହା ସ୍ୱାଭିମାନ । ଏହା ନୂଆ ଓଡିଶାର ନୂଆ ପରିଚୟ ଏବଂ ସମୃଦ୍ଧ ଓଡିଶାର ଅୟମାରୟ । ରାଜ୍ୟର ଶିଳ୍ପ ବିକାଶର ଅନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏହି ଅଞ୍ଚଳ ଏକ ଦୃଷ୍ଟାନ୍ତ ପାଲଟିଛି ।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories