www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ତଫା ଦେବେ କି ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ

ସମାଜ ଡିଜିଟାଲ ଡେସ୍କ: ଇସ୍ତଫା ଦେବେ କି ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‍ । ଦେଶର ଅସ୍ଥିରତା ସ୍ଥିତି ଯୋଗୁଁ ପଦରୁ ଖୁବଶୀଘ୍ର ଇସ୍ତଫା ଦେବା ନେଇ ଚର୍ଚ୍ଚା ବଢିଛି । ୟୁନୁସ୍‍ଙ୍କର ରାଜନୈତିକ ଦଳ ଓ ଆର୍ମି ମୁଖ୍ୟଙ୍କ ସହ ମତଭେଦ ଲାଗି ରହିଛି । କୁହାଯାଉଛି ଯେ ୟୁନୁସ୍‍ ବାଂଲାଦେଶରେ ଏକଚତ୍ରବାଦ ଶାସନ କରିବାକୁ ଚାହୁଁଛନ୍ତି । ଯେବେ ତାଙ୍କୁ କୁହାଗଲା ଯେ ସରକାର ସଠିକ୍‍ ଭାବେ ଚଳାଇବାକୁ ଏବଂ ନିର୍ବାଚନ କରିବାକୁ ତେବେ ସେ ଖେଳିବା ଆରମ୍ଭ କରିଦେଇଥିଲେ । ବାଂଲାଦେଶୀମାନଙ୍କୁ ଠକିବା ପାଇଁ ଏପରି ଏକ ଭାବପ୍ରବଣ ବ୍ଲାକମେଲ୍‍ିଂ ଖେଳ ଖେଳିଛନ୍ତି । ମହମ୍ମଦ ୟୁନୁସ୍‍ ବାଂଲାଦେଶର ଦାୟିତ୍ୱ ନେବା ପରଠାରୁ ଦେଶ ବୁଡିବା ଭଳି ପରିସ୍ଥିତି ହୋଇଛି । ଏଥିପାଇଁ ଏବେ ୟୁନୁସଙ୍କୁ ବାଂଲାଦେଶ ସେନା ମୁଖ୍ୟ ତାଙ୍କ ସ୍ଥାନ ଦେଖାଇ ଦେଇଛନ୍ତି । ଡିସେମ୍ବର ସୁଦ୍ଧା ବାଂଲାଦେଶରେ ନିର୍ବାଚନ କରିବାକୁ ସିଧା ସିଧା କହିଛନ୍ତି ସେନା ମୁଖ୍ୟ ।

ସେପଟେ ୟୁନୁସଙ୍କର ଚୌକି ପ୍ରତି ବିପଦ ଆସିବା ଜାଣି ବ୍ଲାକମେଲ୍‍ କରିବା ଆରମ୍ଭ କରିଛନ୍ତି । ମହମ୍ମଦ ୟୁନୁସ୍‍ ଏବେ ଇସ୍ତଫା ଦେବାକୁ ବିଚାର କରୁଛନ୍ତି । ସେ କହିଛନ୍ତି ଯେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ସହମତି ଅଭାବରୁ ତାଙ୍କୁ କାମ କରିବାରେ ଅସୁବିଧା ହେଉଛି । ମହମ୍ମଦ ୟୁନୁସ୍‍ଙ୍କ ମତରେ ‘ମୁଁ ଏପରି ପରିସ୍ଥିତିରେ କାମ କରିପାରିବି ନାହିଁ ଯେଉଁଠାରେ ମୋତେ ବନ୍ଧକ ରଖାଯାଉଛି । ସମସ୍ତ ରାଜନୈତିକ ଦଳ ଏକତ୍ରିତ ହୋଇ ସମାଧାନ ଖୋଜିବା ଉଚିତ ।

- Advertisement -

ବାଂଲାଦେଶର ଛାତ୍ର ନେତୃତ୍ୱାଧୀନ ନ୍ୟାସନାଲ ସିଟିଜେନ ପାର୍ଟି(ଏନସିପି)ର ମୁଖ୍ୟ ନିହିଦ ଇସଲାମ ୟୁନୁସଙ୍କୁ ଭେଟିବା ପରେ କହିଛନ୍ତି ଯେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‍ ଇସ୍ତଫା ଦେବା ବିଷୟରେ ଚିନ୍ତା କରୁଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories