୧୧ ଦଫା ଦାବି ନେଇ ଜନ ଅଧିକାର ପଦଯାତ୍ରା

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମର ଜନସାଧାରଣଙ୍କୁ ନେଇ ଏକ ୧୧ ଦଫାରେ ତଳଗାଁ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଜନ ଅଧିକାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରଯାଇଥିଲା। ଆବାହକ ବିକାଶ ମହାକୁଡ଼ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ ପହଞ୍ଚିଥିଲା। ଦାବିପତ୍ରରେ ଅନ୍ୟ ରାଜ୍ୟ ଭଳି ସାମାଜିକ ସୁରକ୍ଷା ଯୋଜନାର ମାସିକ ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି, ଟାଟା ପାୱାର ସପ୍ଲାଏ କମ୍ପାନୀ ଉପଭୋକ୍ତାଙ୍କୁ କରୁଥିବା ଶୋଷଣ ବନ୍ଦ କରାଯାଉ, କୃଷି ଶ୍ରମିକଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ପ୍ରଦାନ କରାଯିବା ଆଦି ଦାବି କରାଯାଇଛି ।

Comments are closed.