ବୁଏନ୍ସ ଏରିଜ୍ : ଭାରତର ମାନୁ ଭାକେର ଏଠାରେ ଚାଲିଥିବା ଯୁବ ଅଲିମ୍ପିକ୍ସର ସୁଟିଂରେ ରୌପ୍ୟପଦକ ହାସଲ କରିଛନ୍ତି। ଶୁକ୍ରବାର ତାଜିକିସ୍ତାନର ବେହ୍ଜାନ ଫାଜୁଲାଏଭ୍ଙ୍କ ସହ ଯୋଡି ହୋଇ ମାନୁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟପଦକ ଜିତିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ମାନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିସାରିଛନ୍ତି। ତାବାବି ଦେବୀଙ୍କ ପରେ ଯୁବ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବାରେ ମାନୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ।
Popular Categories



