www.samajalive.in
Sunday, December 7, 2025
15.1 C
Bhubaneswar

୧୯୭୩ ଦ୍ୱିତୀୟ ସଂସ୍କରଣ, ଭାରତ ରନର୍ସଅପ୍‌

ଭୁବନେଶ୍ୱର : ପାଖେଇ ଆସୁଛି ହକି ବିଶ୍ୱକପ। ବଢିବାରେ ଲାଗିଛି ଉତ୍କଣ୍ଠା। କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୪୫ ଦିନ ପରେ ବାଜିବ ହକି ହ୍ୱିସିଲ। ଏକତ୍ରିତ ହେବେ ବିଶ୍ୱ ହକିର ଶ୍ରେଷ୍ଠ ରାଷ୍ଟ୍ର। ଚମ୍ପିଆନ ପାଇଁ ପଡ଼ିଆରେ ହେବ କଡ୍ଡା ଟକ୍କର। ଭାରତରେ ତୃତୀୟ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଥିବାବେଳେ କେବଳ ମ୍ୟାଚକୁ ଅପେକ୍ଷା। ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପୂର୍ବରୁ ଦ୍ୱିତୀୟ ସଂସ୍କରଣକୁ ନେଇ ଆଲୋକପାତ।
ହକି ବିଶ୍ୱକପର ପ୍ରଥମ ସଂସ୍କରଣର ମାତ୍ର ଦୁଇ ବର୍ଷ ପରେ ୧୯୭୩ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନେଦରଲାଣ୍ଡର ଆର୍ମଷ୍ଟେଲଭିନ ୱାଗେନିର ଷ୍ଟାଡ଼ିୟମରେ ହକି ବିଶ୍ୱକପର ଦ୍ୱିତୀୟ ସଂସ୍କରଣ ଖେଳାଯାଇଥିଲା। ଏଥିରେ ବିଶ୍ୱ ହକିର ପ୍ରମୁଖ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ। ମୋଟ ୪୨ଟି ମ୍ୟାଚ ଖେଳାଯାଇଥିବାବେଳେ ୧୨୪ଟି ଗୋଲ ସ୍କୋର ହୋଇଥିଲା। ଫାଇନାଲରେ ଆୟୋଜକ ନେଦରଲାଣ୍ଡ ପେନାଲ୍ଟି ସୁଟ୍‍ ଆଉଟ୍‍ ୪-୨ଗୋଲରେ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲରେ ଅମୀମାସିଂତ ରହିଥିଲା। ପେନାଲ୍ଟିରେ ଭାରତ ଗୋଲ ଦେଇ ନ ପାରି ପରାଜୟ ବରଣ କରିଥିଲା। ପ୍ରଥମ ସଂସ୍କରଣରେ ତୃତୀୟ ସ୍ଥାନ ହାସଲ କରିଥିବା ଭାରତ ଦ୍ୱିତୀୟ ସଂସ୍କରଣରେ ପୂରା ଉତ୍ସାହର ସହିତ ଖେଳିଥିଲା। ପୁଲ-ଏ ରେ ସ୍ଥାନ ପାଇଥିବା ଭାରତ ଲିଗ୍‍ ପର୍ଯ୍ୟାୟରେ ୫-୦ ଗୋଲରେ ଜାପାନକୁ, ୪-୦ ଗୋଲରେ କେନିଆକୁ, ୨-୦ ଗୋଲରେ ସ୍ପେନକୁ ପରାସ୍ତ କରିଥିବାବେଳେ ପଶ୍ଚିମ ଜର୍ମାନୀ ସହିତ ଗୋଲଶୂନ୍ୟ ଓ ନ୍ୟୁଜିଲାଣ୍ଡ ସହିତ ୧-୧ ଗୋଲ ବରାବର ରଖି ୧୧ ପଏଣ୍ଟ ସହ ଗ୍ରୁପ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ଡିଫେଣ୍ଡିଂ ଚମ୍ପିଆନ ପାକିସ୍ତାନକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲ। ଗ୍ରୁପ-ବି ରେ ସ୍ଥାନ ପାଇଥିବା ନେଦରଲାଣ୍ଡ ଲିଗ୍‍ ପର୍ଯ୍ୟାୟରେ ୩ଟି ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧୧ ପଏଣ୍ଟ ପାଇ ଗ୍ରୁପ ଦ୍ୱିତୀୟ ସ୍ଥାନ ସହ ସେମିକୁ ଉନ୍ନୀତ ହୋଇଥିଲା। ସେମିରେ ନେଦରଲାଣ୍ଡ ୪-୨ ପେନାଲ୍ଟି ସୁଟ୍‍ଆଉଟ୍‍ରେ ପଶ୍ଚିମ ଜର୍ମାନୀକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ପ୍ରତିଯୋଗିତାରେ ନେଦରଲାଣ୍ଡର ଟାଇସ୍‍ କ୍ରୁଇଜ୍‍ ୧୧ଟି ଗୋଲ ଦେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ଘରୋଇ ମାଟିରେ ୧୪ତମ ହକି ବିଶ୍ୱକପ ପ୍ରତିଯୋଗିତା ଖେଳିବାକୁ ଥିବାରୁ ଦ୍ୱିତୀୟ ଥର ପାଇଁ ଚମ୍ପିଆନ ଆଶା ରଖିଛନ୍ତି ଭାରତବାସୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories