www.samajalive.in
Wednesday, November 19, 2025
29.1 C
Bhubaneswar

ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକ

ଚୌଦ୍ୱାର: ସୁପ୍ରତିଷ୍ଠିତ ସାରସ୍ୱତ ସାଧିକା, ସୁଲେଖିକା, ବାଗ୍ମି, ଲୋକ ସେବକ ମଣ୍ଡଳର ପୂର୍ବତନ ସଭ୍ୟା ମନୋରମା ମହାପାତ୍ରଙ୍କ ବିୟୋଗରେ ସର୍ବପୁରାତନ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍ ସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଏକ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ ଶ୍ରୀମତୀ ମହାପାତ୍ର ସଂଗଠନର ସମସ୍ତ ସେବା କାର୍ଯ୍ୟ ସହିତ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହି ସମାଜ ସେବା କ୍ଷେତ୍ରରେ ସଂଗଠନର କର୍ମକର୍ତ୍ତାମାନଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସୁଥିଲେ।

ଚୌଦ୍ୱାରସ୍ଥିତ ଶିଶୁ ସଦନର ପିଲାମାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା, ଭଲ ପାଇବା ଓ ସହାୟତା ସବୁଦିନ ପାଇଁ ଅଭୁଲା ହୋଇ ରହିବ।ହିନ୍ଦ୍ ସେବକ ସଂଘର ପ୍ରଥମ ଓଡ଼ିଆ ସଦସ୍ୟ ତଥା ସଂଘର ଚୌଦ୍ୱାର କେନ୍ଦ୍ର ପ୍ରତିଷ୍ଠାତା ପଦ୍ମଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁଙ୍କର ସେ ଜଣେ ଅନୁଗାମୀ ରହିବା ସହିତ ଲକ୍ଷ୍ମୀ ନାରାୟଣ ସ୍ମୃତି କମିଟିର ଜଣେ ସକ୍ରିୟ ସଦସ୍ୟା ଭାବେ ବହୁ ଉନ୍ନୟନ କାର୍ଯ୍ୟ କରି ଯାଇଛନ୍ତି। ତାଙ୍କ ପରଲୋକରେ ହିନ୍ଦ୍ ସେବକ ସଂଘର ସମସ୍ତ ସଦସ୍ୟ, କର୍ମକର୍ତ୍ତା ତଥା ଶିଶୁ ସଦନର ପିଲାମାନେ ଅତ୍ୟନ୍ତ ମର୍ମାହତ ବୋଲି ଶ୍ରୀ ସାହୁ ପ୍ରକାଶ କରି ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଉପଲକ୍ଷେ ଶିଶୁ ସଦନର ସମସ୍ତ ଅନ୍ତେବାସୀ ୨ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories