www.samajalive.in
Friday, December 12, 2025
14.1 C
Bhubaneswar

ମନୋରମାଙ୍କ ସାରସ୍ୱତ କୃତି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି  -୨ୟ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଆଠଗଡ- ବିଶିଷ୍ଟ ସାହିତ୍ୟିକ ଅ ଡଃ ମନୋରମା ମହାପାତ୍ରଙ୍କର ସାରସ୍ୱତ କୃତି ଓଡିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଦୀର୍ଘ ୭ଦଶନ୍ଧି ଧରି ସାରସ୍ୱତ ସାଧନା କରି ଶ୍ରୀମତୀ ମହାପାତ୍ର ବହୁ କବିତା, ପ୍ରବନ୍ଧ ଓ ଗଳ୍ପ ପୁସ୍ତକ ରଚନା କରିଛନ୍ତି । ଓଡିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ ଏବଂ ତାଙ୍କ ସାହିତ୍ୟ କୃତି ତାଙ୍କୁ ଚିର ଅମର କରି ରଖିବ । କେବଳ ସାହିତ୍ୟ ନୁହେଁ ବରଂ ସମାଜସେବା, ଶିକ୍ଷାଦାନ, ସାମ୍ବାଦିକତା ଓ ବାଗ୍ମୀତା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ । ତାଙ୍କ ସଂପୂର୍ଣ୍ଣ ଜୀବନକୁ ଅନୁଧ୍ୟାନ କଲେ ନାରୀ ସଶକ୍ତିକରଣର ସେ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ ବୋଲି ଜନ୍ମମାଟି ଆଠଗଡରେ ତାଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଠଗଡର ଗୋପବନ୍ଧୁ ମହିଳା କଲେଜ ପ୍ରେକ୍ଷାଗୃହରେ ଡଃ ରାଧାନାଥ ରଥ ସ୍ମୃତି କମିଟି ଆନୁକୁଲ୍ୟରେ ବିଶିଷ୍ଟ ସାହିତ୍ୟିକା, କବୟିତ୍ରୀ, ସାମ୍ବାଦିକ, ସମାଜସେବୀ, ଶିକ୍ଷାବିତ୍‍ ତଥା ସମାଜର ପୂର୍ବତନ ସଂପାଦକ ମନୋରମା ମହାପାତ୍ରଙ୍କର ୨ୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି ।

ସ୍ମୃତି କମିଟିର ସଭାପତି ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସମାଜର ପୂର୍ବତନ ସଂପାଦକ ଡଃ ସତ୍ୟ ରାୟ, ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ନଗରପାଳ ସସ୍ମିତା ରାଉତ, ଡେପ୍ୟୁଟି କଲେକ୍ଟର ଦିପ୍ତୀମୟୀ ବେହେରା, ସମାଜର ପ୍ରାକ୍ତନ ବରିଷ୍ଟ ସହସଂପାଦକ ମୁରଲୀଧର ସାମଲ ଓ ଗୋପବନ୍ଧୁ କନିଷ୍ଠ ମହିଳା କଲେଜ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶ୍ରୀମତୀ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉଦ୍‍ବୋଧନ ଦେଇଥିଲେ । ଉପସ୍ଥିତ ଛାତ୍ରୀମାନେ ତାଙ୍କ ଆଦର୍ଶକୁ ଅନୁକରଣ କରି ଜୀବନରେ ଜଣେ ସୁନାଗରିକ ଭାବେ ଉଚ୍ଚ ପ୍ରତିଷ୍ଠିତ ହେବାକୁ ଅତିଥିଗଣ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀମତୀ ମହାପାତ୍ରଙ୍କ ଉପରେ ବିଶିଷ୍ଟ ଗୀତିକାର ରାଧାନାଥ ଦାସଙ୍କ ଦ୍ୱାରା ରଚିତ ଏବଂ ସଂଗୀତ ନିର୍ଦ୍ଦେଶକ ଗୁରୁଦତ୍ତ ନାୟକଙ୍କ ସ୍ୱର ସଂଯୋଜନାରେ କଲେଜର ଛାତ୍ରୀ ଓ ସ୍ଥାନୀୟ କଳାକର ସମବେତ କଣ୍ଠ ସଂଗୀତ ପରିବେଷଣ କରିଥିଲେ । କଲେଜ ପରିସରରେ ପ୍ରତିଷ୍ଠିତ ଶ୍ରୀମତୀ ମହାପାତ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀରେ ଅତିଥିଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଏହି ଅବସରରେ  ଯୁକ୍ତ୨ରେ ସର୍ବାଧିକ ନମ୍ବର ରଖି ଏହି କଲେଜରେ ଟପ୍ପର ହୋଇଥିବା ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ଡଃ ମନୋରମା ମହାପାତ୍ର ସ୍ମାରକୀ ବୃତ୍ତି ବାବାଦରେ ୨ହଜାର ଟଙ୍କା ପ୍ରଦାନ କରାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସଂଗୀତ ନିର୍ଦ୍ଦେଶକ ଗୁରୁଦତ୍ତ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ରାଧାନାଥ ରଥ ସ୍ମୃତି କମିଟିର ସଂଯୋଜକ ପାର୍ଥସାରଥୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଆବାହକ ସୁଧିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ ଓ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଠଗଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଦୁଇ ମହିଳା କଲେଜର ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀମାନେ ଯୋଗଦାନ କରିଥିଲେ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories