୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ରର ମଞ୍ଜୁରୀ
ନୂଆଦିଲ୍ଲୀ- ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ରର ମଞ୍ଜୁରୀ ।. ସୋମବାର ସନ୍ଧ୍ୟାରେ ସଂସଦରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ୩୩% ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର ଅନୁମୋଦନ କରିଛି । । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି ।
ମହିଳା ସଂରକ୍ଷଣ ବିଲ୍କୁ ମୋଦି କ୍ୟାବିନେଟ୍ ଅନୁମୋଦନ କରିଛି। ମଙ୍ଗଳବାର ଏହାକୁ ଗୃହରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି । ସରକାର ୩୩% ମହିଳା ସଂରକ୍ଷଣ ବିଲ୍ ଆଣିବେ ବୋଲି କୁହାଯାଉଛି। ଯଦି ଏହି ବିଲ୍ ପାରିତ ହୁଏ ତେବେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ । ଯଦି ଏପରି ହୁଏ ତେବେ ଆଗାମୀ ନିର୍ବାଚନରେ ଅନେକ ରାଜ୍ୟରେ ମହିଳାମାନେ ଅଧିକ ସଂଖ୍ୟାରେ ନିର୍ବାଚିତ ହେବେ ।
Comments are closed.