www.samajalive.in
Monday, December 15, 2025
27.1 C
Bhubaneswar

ମନୋଜ ବାଜପେୟୀ କରୋନା ସଂକ୍ରମିତ, ଫିଲ୍ମ ଶୁଟିଂ ସ୍ଥଗିତ

ମୁୁମ୍ବଇ: ବଲିଉଡ଼ ଅଭିନେତା ମନୋଜ ବାଜପେୟୀ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ସେ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି। ମନୋଜ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପରେ ଶୁଟିଂ ବନ୍ଦ କରାଯାଇଛି।

ଅଭିନେତାଙ୍କ ଟିମ୍‍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିର୍ଦ୍ଦେଶକ କରୋନା ସଂକ୍ରମିତ ହେବା ପରେ ମନୋଜ ନିଜର କରୋନା ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିଛି। ଏହାପରେ ଫିଲ୍ମର ଶୁଟିଂକୁ କିଛି ମାସ ପାଇଁ ବନ୍ଦ କରାଯାଇଛି। ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, ନିକଟରେ ବଲିଉଡ଼ ଅଭିନେତା ରଣବୀର କପୁର ଏବଂ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ କରୋନା ସଂକ୍ରମିତ ହୋଇଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ ଓ ରଣବୀରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂକୁ ସ୍ଥଗିତ ରଖାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories