www.samajalive.in
Saturday, December 6, 2025
17.1 C
Bhubaneswar

୫୬ ଦିନରେ ଟିକାକରଣ, ୨ କୋଟି ୬୧ ଲକ୍ଷ ନେଲେଣି କୋଭିଡ ପ୍ରତିଷେଧକ

ଦେଶରେ କରୋନା ମହାମାରୀର ପ୍ରଭାବ ହ୍ରାସ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ଆଜି ୫୬ ଦିନରେ ପହଞ୍ଚିଛି ଓ ଏହି କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ସକାଳ ସୁଦ୍ଧା ୨ କୋଟି ୬୧ ଲକ୍ଷ ୬୪ ହଜାର ୯୨୦ ଜଣଙ୍କୁ ଟିକାକରଣ କରାଯାଇଛି। ମୋଟ ୪ ଲକ୍ଷ ୮୭ ହଜାର ୯୧୯ଟି ସେସନରେ ଏହି ସଂଖ୍ୟକ ଟିକାକରଣ କରାଯାଇଛି। ଏମାନଙ୍କ ମଧ୍ୟରେ ୭୨ ଲକ୍ଷ ୨୩ ହଜାର ୭୧ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମେ ଡୋଜ ଟିକା ଦିଆଯାଇଥିବା ବେଳେ ୪୦ ଲକ୍ଷ ୫୬ ହଜାର ୨୮୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ, ୭୧ ଲକ୍ଷ ୨୧ ହଜାର ୧୨୪ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଏବଂ ୬ ଲକ୍ଷ ୭୨ ହଜାର ୭୯୪ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି।

ସେହିପରି ବହୁବିଧ ରୋଗରେ ପୀଡିତ ୪୫ବର୍ଷରୁ ଊର୍ଦ୍ଧ୍ବ ୧୦ ଲକ୍ଷ ୩୦ ହଜାର ୬୧୨ ଜଣଙ୍କୁ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୬୦ ଲକ୍ଷ ୬୧ ହଜାର ୩୪ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକାର ପ୍ରଥମ ଡୋଜ ଦିଆଯାଇଛି। ଟିକା ନେବା ପରେ କେତେକ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସାମଗ୍ରୀକ ଭାବେ ଟିକାକରଣର କୌଣସି କୁପ୍ରଭାବ ପରିଲକ୍ଷିତ ହୋଇନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories