ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ। ରବିବାର ୧୦୯ତମ ଏପିସୋଡ୍ ରହିଛି। ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ମନର କଥା କହିବେ । ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତ୍ୟେକ ମାସର ଶେଷ ରବିବାରରେ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜ ମନର କଥା କହିଥାନ୍ତି। ପ୍ରତ୍ୟେକଥର ଭଳି ଚଳିତ ବର୍ଷର ପ୍ରଥମ ମନ କି ବାତରେ ମଧ୍ୟ କିଛି ନୂଆ ଅନୁଭୂତି ବାଣ୍ଟି ପାରନ୍ତି ବୋଲି ଆଶା ରହିଛି। ଯେହେତୁ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛନ୍ତି। ଏହାକୁ ନେଇ ମଧ୍ୟ ଦେଶବାସୀଙ୍କ ସହ ଆଲୋଚନା କରିପାରନ୍ତି।
ଚଳିତ ବର୍ଷର ପ୍ରଥମ ମନ କି ବାତ: ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ
Popular Categories



