www.samajalive.in
Sunday, December 7, 2025
13.1 C
Bhubaneswar

ବୀର ସିଦ୍ଧୁ ଏବଂ କାହ୍ନୁଙ୍କ ସଂଗ୍ରାମ କଥା କହିଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତରେ ‘ହୁଲ ଦିବସ’ ବିଷୟରେ କହିଛନ୍ତି। ଜୁନ୍ ୩୦ ତାରିଖରେ ଏହି ଦିବସ ପାଳନ କରାଯାଏ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ବିଦେଶୀ ଶାସକଙ୍କ ଅତ୍ୟାଚାରକୁ ଦୃଢ଼ ବିରୋଧ କରିଥିବା ବୀର ସିଦ୍ଧୁ-କାହ୍ନୁଙ୍କ ଅଦମ୍ୟ ସାହସ ସହିତ ଏହି ଦିବସ ଜଡ଼ିତ। ବୀର ସିଦ୍ଧୁ-କାହ୍ନୁ ହଜାର ହଜାର ସାନ୍ଥାଳୀ ଦେଶବାସୀଙ୍କୁ ଏକାଠି କରିଥିଲେ ଏବଂ ଇଂରେଜମାନଙ୍କ ସହ ନିଜର ସମସ୍ତ ଶକ୍ତି ସହିତ ଲଢ଼ିଥିଲେ। ଏହା ୧୮୫୫ ମସିହାରେ ଘଟିଥିଲା, ଅର୍ଥାତ୍ ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦୁଇ ବର୍ଷ ପୂର୍ବରୁ ଏହା ଘଟିଥିଲା। ତା’ପରେ ଝାଡ଼ଖଣ୍ଡର ସାନ୍ଥାଳୀ ପ୍ରଗଣାରେ ଆମ ଆଦିବାସୀ ଭାଇ ଭଉଣୀମାନେ ବିଦେଶୀ ଶାସକଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇଥିଲେ।

ଇଂରେଜମାନେ ଆମ ସାନ୍ଥାଳୀ ଭାଇ ଭଉଣୀମାନଙ୍କ ଉପରେ ଅନେକ ଅତ୍ୟାଚାର କରିଥିଲେ ଏବଂ ସେମାନଙ୍କ ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ମଧ୍ୟ ଲଗାଇଥିଲେ। ବୀର ସିଦ୍ଧୁ ଏବଂ କାହ୍ନୁ ଏହି ସଂଗ୍ରାମରେ ଆଶ୍ଚର୍ଯ୍ୟଜନକ ସାହସିକତା ପ୍ରଦର୍ଶନ କରି ସହିଦ ହୋଇଥିଲେ। ଝାଡ଼ଖଣ୍ଡ ମାଟିର ଏହି ଅମର ପୁତ୍ରମାନଙ୍କର ସର୍ବୋଚ୍ଚ ବଳିଦାନ ଆଜି ବି ଦେଶବାସୀଙ୍କୁ ପ୍ରେରଣା ଦେଉଛି ବୋଲି ସେ ମୋଦୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories