www.samajalive.in
Saturday, December 6, 2025
14.1 C
Bhubaneswar

ଏକଛତ୍ରବାଦ ଶାସକଙ୍କ କବଳରୁ ସମ୍ବିଧାନକୁ ବଞ୍ଚାଅ

ନୂଆଦିଲ୍ଲୀ: ଜୁନ୍‌ ୧ରେ ଲୋକସଭାର ଅବଶିଷ୍ଟ ୫୭ ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ପଞ୍ଜାବର ମୋଟ ୧୩ଟି ଲୋକସଭା ଆସନ ମଧ୍ୟ ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପଞ୍ଜାବ ଭୋଟରଙ୍କ ଉଦ୍ଦେଶ୍ୟରେ ତିନି ପୃଷ୍ଠା ସମ୍ବଳିତ ଖୋଲା ଚିଠି ଲେଖିଛନ୍ତି। ଏକଛତ୍ରବାଦ ଶାସକଙ୍କ ଚକ୍ରାନ୍ତରୁ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ରକ୍ଷା କରିବାର ଏହା ଶେଷ ସୁଯୋଗ ବୋଲି ଡ. ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଉଲ୍ଲେଖ କରିନଥିଲେ ସୁଦ୍ଧା ଡ. ସିଂହ ପରୋକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଇଙ୍ଗିତ କରିଥିବାର ସଙ୍କେତ ମିଳୁଛି। ଏହାବ୍ୟତୀତ ମୋଦୀ ସରକାରଙ୍କ ୧୦ ବର୍ଷର ଶାସନକାଳରେ ଦେଶର ଅର୍ଥନୀତି କିପରି ବିପର୍ଯ୍ୟସ୍ତ ହୋଇପଡିଛି, ସେ ସମ୍ପର୍କରେ ମଧ୍ୟ ଡ. ସିଂହ ଚିଠିରେ ଦର୍ଶାଇଛନ୍ତି।

୧୯୯୧ରେ ଡ. ସିଂହ କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିବାବେଳେ ଭାରତୀୟ ଅର୍ଥନୀତିରେ ଉଦାରୀକରଣ ଦେଖିବାକୁ ମିଳିଥିଲା। ୟୁପିଏ (୨୦୦୪-୨୦୧୪) ଏବଂ ଏନ୍‌ଡିଏ (୨୦୧୪-୨୦୨୪) ଶାସନ କାଳରେ ଦେଶର ଅର୍ଥ ବ୍ୟବସ୍ଥାକୁ ସେ ତୁଳନା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏନ୍‌ଡିଏ ସରକାରଙ୍କ ଅମଳରେ ବିମୁଦ୍ରାୟନ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି, କୋଭିଡ୍‌ ପରିଚାଳନାରେ ଅପାରଗତା ଯୋଗୁଁ ଦେଶର ଜିଡିପି (ମୋଟ ଜାତୀୟ ଉତ୍ପାଦ) ବୃଦ୍ଧି ପାଇନଥିବା ସେ ଅଭିଯୋଗ କରିଛନ୍ତି। ୟୁପିଏ ସରକାରଙ୍କ ଅମଳରେ ଜିଡିପି ୮ ପ୍ରତିଶତ ଛୁଇଁଥିବାବେଳେ ବିଜେପି ସରକାରଙ୍କ ଅମଳରେ ଏହା ୬ ପ୍ରତିଶତ ତଳକୁ ଖସିଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ ସେ ବିଶ୍ବ ବ୍ୟାଙ୍କ ରିପୋର୍ଟକୁ ଦର୍ଶାଇଛନ୍ତି। ତଦନୁଯାୟୀ ୨୦୧୦ରେ ଦେଶର ଜିଡିପି ୮.୫ ପ୍ରତିଶତ ଥିବାବେଳେ ୨୦୨୦ (କୋଭିଡ୍‌)ରେ ଏହା ମାଇନସ୍‌ ୫.୮ ରହିଥିବା ଜଣାପଡିଛି।.ଏହାବ୍ୟତୀତ ଡ. ସିଂହ ଉକ୍ତ ଚିଠିରେ କୃଷକ ଧର୍ମଘଟ, ଯୁବଗୋଷ୍ଠୀଙ୍କ ବେକାରୀ ସମସ୍ୟା, ଆୟ ଅସମାନତା ଏବଂ ଅଗ୍ନିବୀର ପ୍ରସଙ୍ଗରେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ଶେଷ​‌ରେ ଡ. ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ମୋଦୀଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀ ପ୍ରଚାର ସମୟରେ ଘୃଣ୍ୟ, ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନଥିଲେ ବୋଲି ଡ. ସିଂହ ଅଭିଯୋଗ କରିଛନ୍ତି। ତେଣୁ ଦେଶକୁ ଏଭଳି ଶକ୍ତିଙ୍କ କବଳରୁ ମୁକ୍ତ କରିବାକୁ ଡ. ସିଂହ ଚିଠିରେ ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories