ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳରେ ତାଣ୍ଡବ ରଚିଛି କାଳ ବୈଶାଖୀ। ଘଡଘଡି ସାଙ୍ଗକୁ ବର୍ଷାବପନ ଯୋଗୁ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା। ବଜ୍ରପାତ ଯୋଗୁ ଗୋଟିଏ ଗଛରେ ନିଆଁ ଲାଗିଯାଇଥିଲା। ଭାଲିଆପଡ଼ାସ୍ଥିତ ଗୁଡ଼ିସାହି ରୁଦୁନା ଦିଗାଲଙ୍କ ଘର ଉପରେ ଗଛ ପଡ଼ିବାରୁ ଘର ଭାଙ୍ଗିଯାଇଛି ଏବଂ ଦରଡ଼ା ଗ୍ରାମ ନାୟକ ସାହିରେ ମଧ୍ୟ ବଜ୍ରପାତ ଯୋଗୁ ଗଛ ଜଳିଯାଇଥିଲା। କାଳବୈଶାଖୀ ପରେ ଖଜୁରୀପଡ଼ା ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ସର୍ବେଶ୍ଵର ପାତ୍ର ଏବଂ ସୁରେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ଡ୍ରାଇଭର ବିଛନ୍ଦ ଦନ୍ତା, ଆଗ୍ନିକ ଗୌରୀ ଶଙ୍କର ଝାଙ୍କର, ରଘୁନାଥ ସାହୁ, ଯୁଧିଷ୍ଠିର ସେଠୀ, ଆଲୋକ କୁମାର ଭୁଇଆଁ ପ୍ରମୁଖ ଦିନ ତମାମ୍ ଖଜୁରୀପଡ଼ା ଅଞ୍ଚଳରେ ପହଞ୍ଚି ଜନସାଧାରଣଙ୍କୁ ସେବା ଯୋଗାଇଥିଲେ।
Popular Categories



