www.samajalive.in
Sunday, December 14, 2025
14.1 C
Bhubaneswar

ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ  ମନୀଷ ସିସୋଦିଆ

ନୂଆଦିଲ୍ଲୀ – ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜନତକୁ ପଠାଯାଇଛି । ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆକୁ ସିବିଆଇ ଗିରଫ କରିଛି । ଆମ୍‌ ଆଦମୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ପୁଲିସ ଫେବ୍ରୁଆରୀ ୨୬ ତାରିଖରେ ଗିରଫ କରିଥିଲା ।

ଏବେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବା ପାଇ ଆବେଦନ କରିନାହିଁ , ମାତ୍ର ଆସନ୍ତା ୧୫ ଦିନ ମଧ୍ୟରେ କରିପାରି ବୋଲି ସିବିଆଇର ଆଇନଜୀବୀ କହିଛନ୍ତି । ସିବିଆଇ ତଦନ୍ତ କରିବା ସହ ଦୁର୍ନୀତି ବିଷୟରେ ପ୍ରମାଣ ପାଇଛି ବୋଲି ସେ କହିଛନ୍ତି ।

- Advertisement -

ଅଦାଲତଙ୍କ ଏହି ନିର୍ଦେଶ ପରେ ସିସୋଦିଆଙ୍କ ଓକିଲ ତାଙ୍କ ପାଇଁ ଗୋଟେ ହଳ ଚଷମା , ଡାଏରୀ , କଲମ ଏବଂ ଗୀତା ବହି ନେବା ପାଇଁ ଆବେଦନ କରିଥିଲେ । ଅଦାଲତ ଏହାକୁ ନେବା ପାଇଁ ଅନୁମତି ଦେଇଛନ୍ତି । ଏହା ସହ ତାଙ୍କର ଆବଶ୍ୟକୀୟ ଔଷଧ ନେବା ପାଇଁ ଅନୁମତି ଦିଆଯାଇଛି । ତାଙ୍କୁ ଜେଲ୍‌ର ଧ୍ୟାନ ଗୃହରେ ରଖିବା ପାଇଁ ବିଚାର କରିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅଦାଲତ ପରାମର୍ଶ ଦେଇଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories