ଅମିତାଭ ବଚ୍ଚନ ଆହତ – ଯନ୍ତ୍ରଣାଦାୟକ ବୋଲି ବ୍ଲଗରେ ସୂଚନା ଦେଲେ

ମୁମ୍ବଇ – ପ୍ରୋଜେକ୍ଟ କେ’ର ସୁଟିଂ ବେଳେ ଆହତ ହୋଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ଏହାର ସୁଟିଂ ଚାଲିଥିବା ବେଳେ ସେ ଆହତ ହୋଇଛନ୍ତି। ଏକ ବ୍ଲଗରେ ସେ ନିଜ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ଏବେ ତାଙ୍କର ମୁମ୍ବଇସ୍ଥିତ ବାସଭବନରେ ସେ ବିଶ୍ରାମ ନେଉଥିବା କଥା ଉଲ୍ଲେଖ କରିଛନ୍ତି ।

prayash

ଏକ ମାରପିଟ୍‌ ବା ଆକ୍ସନ ସିକ୍ୱିଏନ୍ସ ସୁଟିଂ ବେଳେ ତାଙ୍କର ଡାହାଣ ପାଖ କାନ୍ଧର ମାଂଶପେଶୀ ଛିଣ୍ଡିଯାଇଥିଲା । ଡାକ୍ତର ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ତାଙ୍କର ସମସ୍ତ ସୁଟିଂ ବାତିଲ କରାଯାଇଛି। ଭଲ ହେବା ପାଇଁ ତାଙ୍କୁ ଦୁଇ ତିନି ସପ୍ତାହ ଲାଗିପାରେ ବୋଲି ଆଶାବ୍ୟକ୍ତି କରିଛନ୍ତି ।

ଏବେ ଶ୍ୱାସ କ୍ରିୟା ବେଳେ ଏବଂ ଚାଲବୁଲା କରୁଥିବା ବଳେ ତାଙ୍କୁ କଷ୍ଟ ହେଉଥିବା କଥା ଅମିତାଭ ବଚ୍ଚନ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

Comments are closed.