www.samajalive.in
Saturday, December 6, 2025
16.1 C
Bhubaneswar

ମଣିପୁରରେ ପୁଣି ହିଂସା, ୫ ଜିଲାରେ ଇଣ୍ଟରନେଟ୍‍ ବନ୍ଦ

ସମାଜ ଡିଜିଟାଲ ଡେସ୍କ: ମଣିପୁରରେ ପୁଣି ଥରେ ମୈତେଇ ସଂଗଠନର ଅରାମ୍ବାଇ ତେଙ୍ଗୋଲଙ୍କର ନେତା କାନନ ସିଂହଙ୍କ ଗିରଫଦାରୀ ପରେ ରାଜ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି । ସେ ୨୦୨୩ ମଣିପୁର ହିଂସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେହି ସମୟରେ ସେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିଲେ । ବର୍ତ୍ତମାନ ତାଙ୍କୁ ପୁଣି ଥରେ ପୁଲିସ ହେପାଜତକୁ ନିଆଯାଇଛି । ଯାହା ପରେ ରାଜ୍ୟର ପରିସ୍ଥିତି ଆହୁରି ଖରାପ ହେବାରୁ ୫ଟି ଜିଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏନେଇ ସୁରକ୍ଷାବାହିନୀ ଓ ବିଧାୟକମାନେ ରାଜ୍ୟପାଳଙ୍କ ସହିତ ଜରୁରୀ ବୈଠକ କରିଛନ୍ତି ।

ରାଜ୍ୟରେ ହିଂସା ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ।
ମଣିପୁରରେ ହିଂସାକାଣ୍ଡ ଘଟାଇବାର କାରଣ ହେଉଛି କାନନ ସିଂହଙ୍କ ଗିରଫଦାରୀ । କାନନ ସିଂହଙ୍କୁ ୨୦୨୩ ରେ ଘଟିଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ବିବେଚନା କରାଯାଏ । ସେ ଅନେକ ଅପରାଧିକ କାର୍ଯ୍ୟକଳାପର ଷଡଯନ୍ତ୍ରକାରୀ ଭାବେ ଗିରଫ ହୋଇଛନ୍ତି । କାନନଙ୍କୁ ଶନିବାର ଇମ୍ଫାଲ ବିମାନବନ୍ଦରରେ ଗିରଫ କରାଯାଇଥିଲା । ଗିରଫ ହେବା ପୂର୍ବରୁ ବିକ୍ଷୋଭକାରମାନେ ବିମାନବନ୍ଦରରେ ପହଞ୍ଚି ଘେରାଉ କରିଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories