www.samajalive.in
Saturday, December 6, 2025
14.1 C
Bhubaneswar

ଆଇଇଡି ବିସ୍ଫୋରଣ: ଏଏସପି ଶହୀଦ, ୨ ଅଧିକାରୀ ଗୁରୁତର

ସୁକମା: ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଏଏସପି ଶହୀଦ ହୋଇଛନ୍ତି। ଏଥିସହ ଏସଡିପିଓ ଏବଂ ଦାୟିତ୍ଵରେ ଥିବା ଥାନା ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୁକମା ଜିଲା ଗୋଲାପଲ୍ଲିରେ ମାଓବାଦୀମାନେ ଏକ ପୋକଲେନରେ ନିଆଁ ଲଗାଇ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ସୁକମାରୁ ଏକ ପୁଲିସ ଦଳ ସେଠାରେ ପହଞ୍ଚିଥିଲେ। ଯେଉଁଥିରେ ଏଏସପି, ଏସଡିପିଓ ତଥା ଦାୟିତ୍ଵରେ ଥିବା ଥାନା ଅଧିକାରୀ ସାମିଲ ଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଶହୀଦ ହୋଇଛନ୍ତି। ଏଥିସହ ଏସଡିପିଓ ଏବଂ ଦାୟିତ୍ଵରେ ଥିବା ଥାନା ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କୋଣ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories