www.samajalive.in
Sunday, December 7, 2025
14.1 C
Bhubaneswar

ମନକୁ ବିମୋହିତ ଓ ଆକର୍ଷିତ କରିଥାଏ ଏହି ସ୍ଥାନ

ଭ୍ରମଣ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରହିଛି। ମାତ୍ର ଏପରି କେତେକ ସ୍ଥାନ ରହିଛି ଯାହା ମନକୁ ଖୁବ ବିମୋହିତ ଓ ଆକର୍ଷିତ କରିଥାଏ। ସେଠାକୁ ପର୍ଯ୍ୟଟକ ଯିବା ମାତ୍ରେ ନିଜକୁ ଏକ ସ୍ୱତନ୍ତ୍ର ଦୁନିଆରେ ହଜାଇ ଦେବା ସହ ଭ୍ରମଣ ପ୍ରକୃତ ଆନନ୍ଦ ଓ ମଜା ଉଠାଇଥାଆନ୍ତି। ସେଭଳି ଏକ ସ୍ଥାନ ହେଉଛି ଭାରତର ମଣିପୁର । ଯାହାର ସୁନ୍ଦରତା ସ୍ୱଚକ୍ଷୁରେ ନଦେଖିଲେ ଆପଣ ଭ୍ରମଣର ପ୍ରକୃତ ମଜା ନେଇପାରିବେ ନାହିଁ। ଶାନ୍ତି ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନ ସ୍ୱତନ୍ତ୍ର । ମଣିପୁରର ସୌନ୍ଦର୍ଯ୍ୟ ହେତୁ ଏହାକୁ ଭାରତର ସୁଇଜରଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ। ଏଠାରେ ବୁଲିବା ପାଇଁ ଶହୀଦ ମୀନାର, ଗୋବିନ୍ଦଜୀ ମନ୍ଦିର, ବିଷ୍ଣୁପୁରର ହ୍ରଦ,ପୁରୁଣା ମହଲ, ସଂଗ୍ରହାଳୟ, ଜାତୀୟ ଉଦ୍ୟାନ ଭଳି ବହୁ ସ୍ଥାନ ରହିଛି। ଭ୍ରମଣ ସହ ଆପଣ ଏଠାରେ ଭିନ୍ନ ଭିନ୍ନ ଖାଦ୍ୟପେୟର ମଧ୍ୟ ମଜା ନେଇପାରିବେ। ଦୂରଦୂରାନ୍ତରରୁ ପର୍ଯ୍ୟଟକ ଏଠାକୁ ବୁଲିବା ସହ ଖାଦ୍ୟର ମଜା ନେବାକୁ ଆସିଥାଆନ୍ତି। ଯଦି ଆପଣ ମଣିପୁର ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ଏଠାରେ ଆପଣ ଖାଦ୍ୟର ମଧ୍ୟ ମଜା ନିଅନ୍ତୁ। ଜାଣନ୍ତୁ ମଣିପୁରର ସ୍ୱତନ୍ତ୍ର ଖାଦ୍ୟ ବିଷୟରେ ….
ପାକ୍ନମ –
ମଣିପୁରର ଲୋକେ ମାଛ ଓ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହି ବ୍ୟଞ୍ଜନ ମଧ୍ୟ ମାଛରୁ ପ୍ରସ୍ତୁତ କରାଯାଏ। ଏହା ଆଳୁ ଟିକ୍କୀ କିମ୍ବା କବାବ ଭଳି ଲାଗିବ। ଏହାକୁ ସସ କିମ୍ବା ଚଟଣି ସହ ଖାଇପାରିବେ।
ସୁପ –
ଏଠାରେ ସମସ୍ତ ପ୍ରକାରର ପରିବା ପକାଇ ଏକ ପ୍ରକାର ସୁପ ପ୍ରସ୍ତୁତ ହୋଇଥାଏ। ଏହା ଖାଇବାକୁ ଖୁବ ସ୍ୱାଦ ଲାଗେ। ଏହି ସୁପକୁ ମାଛ ଓ ଭାତ ସହ ଖାଇଲେ ଖୁବ ସୁଆଦିଆ ଲାଗେ।
ଏରୋବା –
ଏହି ବ୍ୟଞ୍ଜନ ମାଛକୁ ସିଜାଇ, ଫ୍ରାଏ କରି କରାଯାଏ। ଏହାକୁ ଆପଣଙ୍କୁ ଭାତ ସହ ଖାଇବାକୁ ଦିଆଯାଏ। ଯଦି ଆପଣଙ୍କୁ ମାଛ ଖାଇବା ପସନ୍ଦ ତେବେ ଏହାକୁ ନିଶ୍ଚୟ ଖାଆନ୍ତୁ।
ସିଙ୍ଗଜୁ –
ମଣିପୁର ଠାରେ ପ୍ରସିଦ୍ଧ ସାଲାଡ଼ ମିଳେ। ଏହି ସାଲାଡ଼ରେ କୋବି, ପିଆଜ ଓ ଅନ୍ୟାନ୍ୟ ଦ୍ରବ୍ୟ ପଡ଼ିଥାଏ। ସମସ୍ତ ପ୍ରକାରର ଖାଦ୍ୟ ସହ ଏହା ନିଶ୍ଚୟ ମିଳେ।
ମୋରୋକକ ମେଟପା –
ଏହା ଏକ ପ୍ରକାରର ସ୍ୱାଦିଷ୍ଟ ଚଟଣି ଅଟେ। ଏହାକୁ ପିଆଜ ଓ କଞ୍ଚା ଲଙ୍କା ପକାଇ ପ୍ରସ୍ତୁତ ହୋଇଥାଏ। ସମସ୍ତ ପ୍ରକାରର ଖାଦ୍ୟରେ ଏହି ଚଟଣିକୁ ଖାଇପାରିବେ।
ଚାହାଓ ଖିରୀ –
ଏହି ଖିରୀକୁ ଚାଉଳ, କ୍ଷୀର, କିଛି ଫଳ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ। ଏହି ମିଠାଦ୍ରବ୍ୟ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories