www.samajalive.in
Sunday, December 7, 2025
14.1 C
Bhubaneswar

ତେଜୁଛି ଆମ୍ବ ଟାକୁଆ ରାଜନୀତି, ଗଳା ବାଟ ଦେଖି ଖସିଯିବେକି ଜିଲ୍ଲା ଯୋଗାଣ ଅଧିକାରୀ

ଡେସ୍କ: କନ୍ଧମାଳ ଜି. ଉଦୟଗିରିରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ସମ୍ପର୍କରେ ରାଜନୀତି ତେଜିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମୀକ୍ଷା ଅବସରରେ ହିତାଧିକାରୀଙ୍କୁ ଅକ୍ଟୋବରରୁ ଡିସେମ୍ବର ୩ ମାସ ଲାଗି ଆଗୁଆ ୧୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ଏବେ ତତ୍ପରତା ପ୍ରକାଶ କରି ହିତାଧିକାରୀଙ୍କୁ ଚାଉଳ ଯୋଗାଣ ଆରମ୍ଭ କରିଛି। ଅଥଚ ଏହା ପୂର୍ବରୁ ୩ ମାସ ଅର୍ଥାତ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ଲାଗି ହୋଇଥିବା ଆବଣ୍ଟନ ନିର୍ଦ୍ଦେଶ ସତ୍ୱେ ସେପ୍ଟେମ୍ବର ମାସ ଲାଗି ହିତାଧିକାରୀଙ୍କୁ ଚାଉଳ ଦିଆନଯିବାରୁ ଏଭଳି ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେଲା। ସେଥିପାଇଁ କନ୍ଧମାଳରେ ନିଯୁକ୍ତ ସାଧାରଣ ଯୋଗାଣ ଅଧିକାରୀ ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।

- Advertisement -

ଏହି ଅଧିକାରୀ କନ୍ଧମାଳରେ ନିଯୁକ୍ତ ହେଲେ ମଧ୍ୟ ମାସର ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହେବା ଲାଗି ମସୁଧା ଚଳାଇଥିବାରୁ କନ୍ଧମାଳର ହିତାଧିକାରୀଙ୍କୁ ଚାଉଳ ଦିଆଗଲା କି ନ ଦିଆଗଲା ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନ ଥିଲା। ପୁନଶ୍ଚ ପ୍ରତି ହିତାଧିକାରୀଂଉ ୧୩ କିଲୋ ଲେଖାଏଁ ମାଣ୍ଡିଆ ଯୋଗାଣ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଅଳ୍ପ କିଛି ହିତାଧିକାରୀଙ୍କୁ ସାମାନ୍ୟ ବଣ୍ଟନ କରି ଟିକାବାଲି ଏବଂ ବାଲିଗୁଡା ଟିଡ଼ିସିସି ଗୋଦାମରେ ଥିବା ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ମାଣ୍ଡିଆ, ଯାହାର ଆନୁମାନିକ ବଜାର ମୂଲ୍ୟ ହାରାହାରି ସାଢେ ୩ କୋଟି ଟଙ୍କାରୁ ଅଧିକ ହେବ, ତାହାକୁ ଚଂଚକତା କରି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଯୋଗାଣ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ହାତ କରି ଏହି ସାଧାରଣ ଯୋଗାଣ ଅଧିକାରୀ ବଦଳି ଲାଗି ଉଦ୍ୟମ ଚଳାଇଛନ୍ତି। ଆମ୍ବ ଟାକୁଆ ଜାଉ ଖାଇ କିଛି ହିତାଧିକାରୀ ମୃତ୍ୟୁମୁଖରେ ପଡିବା ପରେ କେତେକ ହିତାଧିକାରୀଙ୍କ ଖାତାରେ ସେପ୍ଟେମ୍ବର ମାସର ଚାଉଳ ଏବଂ ମାଗଣା ମାଣ୍ଡିଆ ଦିଆଯାଇଛି ବୋଲି ମିଥ୍ୟାରେ ଏଣ୍ଟ୍ରି କରିଦିଆଯାଇଛି। ଏଭଳି ସ୍ପର୍ଶକାତର ଘଟଣା ପାଇଁ ଦାୟୀ ଥିବା ଜିଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ବିଭାଗୀୟ କର୍ମଚାରୀମାନେ ଯେଭଳି ଖସି ନ ଯାଆନ୍ତି ସେଥିପ୍ରତି ସରକାର କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories