ପତ୍ନୀଙ୍କୁ ଛାଡିବାରୁ ୪୫ ଜଣ ପ୍ରବାସୀ ଭାରତୀୟଙ୍କର ପାସପୋର୍ଟ ରଦ୍ଦ- ମାନେକା ଗାନ୍ଧୀ

0

ନୂଆଦିଲ୍ଲୀ .- ବିଦେଶରେ ଚାକିରି କରୁଥିବା  ୪୫ ଜଣ ପ୍ରବାସୀ ଭାରତୀୟ ନିଜ ପତ୍ନୀଙ୍କୁ ଛାଡି ଦେବାରୁ ସେମାନଙ୍କ ପାସପୋର୍ଟ ରଦ୍ଦ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ସୂଚନା ଦେଇଛନ୍ତି । ଏହି ପ୍ରବାସୀ ଭାରତୀୟମାନଙ୍କର ବିବାହ ବିଚ୍ଛେଦ ପରେ ସେମାନଙ୍କ ପାଇଁ ଲୁକ୍‌ ଆଉଟ୍‌  ଇସ୍ତାହାର ଜାରି କରାଯାଇଛି ।  କିଛି ତଦନ୍ତକାରୀ  ସଂସ୍ଥା ଏହାର ତଦନ୍ତ କରୁଛନ୍ତି ।

ଏପରି ଘଟଣାକୁ ରୋକିବା ପାଇଁ ଏକ ବିଧେୟକ ପ୍ରସ୍ତତ କରାଯାଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ସୂଚନା ଦେଇଛନ୍ତି । ରାଜ୍ୟ ସଭାରେ ଏହି ବିଧେୟକ ଉପସ୍ଥାପିତ ହୋଇଥିଲେ ମଧ୍ୟ  ପାରିତ ହୋଇ ପାରିନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply