www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରସିଦ୍ଧ ନାଗ ଚନ୍ଦ୍ରେଶ୍ୱର ମନ୍ଦିର

ସନାତନ ପରମ୍ପରାରେ ନାଗପୂଜାର ବହୁ ବିଶେଷତ୍ୱ ରହିଛି। ଶ୍ରାବଣର ଶୁ୍‍କ୍ଳ ପଞ୍ଚମୀରେ ନାଗ ପଞ୍ଚମୀ ପର୍ବ ପାଳନ କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ନାଗ ଦେବତାଙ୍କୁ ପୂଜା କଲେ ବହୁ କୃପା ମିଳିଥାଏ ଓ ସର୍ପାଘାତ ଭୟ ମଧ୍ୟ ଦୂର ହୋଇଥାଏ । ଉଜୈନର ପ୍ରସିଦ୍ଧ ନାଗ ଚନ୍ଦ୍ରେଶ୍ୱର ମନ୍ଦିରରେ ଏହି ଦିନ ପୂଜା କଲେ ଜାତକରେ ରହିଥିବା କାଳସର୍ପ ଦୋଷ ଦୂର ହୋଇଥାଏ। ଆସନ୍ତୁ ଏହି ମନ୍ଦିର ବିଷୟରେ ଜାଣିବା ……..
ନାଗଚନ୍ଦ୍ରେଶ୍ୱର ମନ୍ଦିର – ଦେଶରେ ଥିବା ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉଜୈନର ମହାକାଳ ମନ୍ଦିରର ପରିସରରେ ନାଗ ଚନ୍ଦ୍ରେଶ୍ୱର ମନ୍ଦିର ଅବସ୍ଥିତ। ମହାକାଳ ମନ୍ଦିରର ୩ୟ ମହଲାରେ ଥିବା ନାଗଦେବତାଙ୍କ ଦର୍ଶନ ବର୍ଷକୁ ଥରେ ଏହି ନାଗପଞ୍ଚମୀ ଦିନ ହୋଇଥାଏ। ଏଠାରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ସହିତ ଫଣା ବାହାର କରିଥିବା ନାଗ ସିଂହାସନରେ ବିରାଜିତ। ମାନ୍ୟତା ରହିଛି ଯେ, ଏହି ପ୍ରତିମାକୁ ନେପାଳରୁ ଆଣି ଏଠାରେ ସ୍ଥାପିତ କରାଯାଇଛି। ଦୁନିଆରେ ଏହା ଏକ ମାତ୍ର ମନ୍ଦିର ଯେଉଁଠାରେ ଭଗବାନ ବିଷ୍ଣୁଙ୍କ ପରିବର୍ତ୍ତେ ଶିବ , ଗଣେଶ ଓ ପାର୍ବତୀ ସର୍ପଙ୍କ ଉପରେ ବିରାଜିତ। ପୌରାଣିକ ମତ ଅନୁଯାୟୀ ନାଗରାଜା ‘ତକ୍ଷକ’ଙ୍କର ଘୋର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଅମରତ୍ୱର ଆର୍ଶୀବାଦ ଦେଇଥିଲେ। ସେବେ ଠାରୁ ତକ୍ଷକ ନାଗଙ୍କୁ ଏଠାରେ ମହାକାଳ ନାମରେ ପୂଜା କରାଯାଉଛି। ମାନ୍ୟତା ରହିଛି ଯେ ନାଗପଞ୍ଚମୀ ଦିନ ସର୍ପଙ୍କର ଉପରେ ବିରାଜିତ ଶିବ ପାର୍ବତୀଙ୍କୁ ଦର୍ଶନ କଲେ କାଳସର୍ପ ଦୋଷ ଦୂର ହୋଇଥାଏ। ଏଠାକୁ ଆସି ଦର୍ଶନ କଲେ ବହୁ ଶୁଭଫଳ ମିଳିବା ସହ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ। ଏହି ମନ୍ଦିରକୁ ଯିବା ନିମନ୍ତେ ଉଡ଼ାଜାହାଜ, ଟ୍ରେନ, ବସ୍‍ , ସମସ୍ତ ଗମନାଗମନର ସୁବିଧା ରହିଛି।
ଇନ୍ଦୋର ଠାରୁ ୫୫ କିଲୋମିଟରରେ ଉଜୈନ ଅବସ୍ଥିତ। ଉଜୈନ ଠାରେ ପହଞ୍ôଚ ସେଠାରୁ ବସ ଓ ଅନ୍ୟନ୍ୟ ମାଧ୍ୟମରେ ମଧ୍ୟ ଯାଇପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories