www.samajalive.in
Sunday, December 14, 2025
19.1 C
Bhubaneswar

ରାଜସ୍ଥାନରୁ ୧୧ ପାକିସ୍ତାନୀ ନାଗରିକ ଗିରଫ

ଅନୁପଗଡ଼ : ରାଜସ୍ଥାନର ସୀମାବର୍ତ୍ତୀ ଅନୁପଗଡ଼ ଅଞ୍ଚଳରୁ ୧୧ ଜଣ ପାକିସ୍ତାନୀ ନିଗରକଙ୍କୁ ଗିରଫ କରାଯାଇଛି। ସେମାନଙ୍କର ଆଉ ଜଣେ ସାଥିକୁ ଧରିବା ପାଇଁ ତଲାସୀ ଜାରି ରହିଛି। ପୁଲିସ୍‍ ଏବଂ ବିଏସ୍‍ଏଫ ମିଳିତ ଭାବେ ସେମାନଙ୍କୁ ଜେରା କରୁଛନ୍ତି। ସୂଚନା ଅନୁସାରେ ଗିରଫ ପାକିସ୍ତାନୀ ନାଗରିକମାନେ ହରିଦ୍ୱାର ପର୍ଯ୍ୟନ୍ତ ଭିସାରେ ଭାରତ ଆସିଥିଲେ। ହରିଦ୍ୱାର ବୁଲିବା ପରେ ସେମାନେ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ରାଜସ୍ଥାନର ଅନୁପଗଡ଼ରେ ଆସି ପହଞ୍ଚିଥିଲେ। ଭିସା ନିୟମ ଉଲ୍ଲଙ୍ଘନ ଯୋଗୁଁ ସେମାନଙ୍କୁ ଗିରଫ କରାଯାଇଛି। ଶନିବାର ରାତିରେ ବିଏସ୍‍ଏଫ ଯବାନମାନେ ଚୁନା ଫାଟକ ନିକଗରେ ୩ ମହିଳାଙ୍କ ସମେତ ୫ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖିଥିଲେ। ପରେ ସେମାନଙ୍କୁ ଅନୁପଗଡ଼ ଥାନାକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପଚରାଉଚୁରା ପରେ ଆଉ ୬ ଜଣଙ୍କୁ ଅନୁପଗଡ଼ରୁ ଗିରଫ କରାଯାଇଥିଲା। ସେମାନଙ୍କ ପାସପୋର୍ଟ ଏବଂ ଭିଜା ଜବତ କରାଯାଇଛି। ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି ଓ ବାକି ପାକିସ୍ତାନୀ ନାଗରିକଙ୍କୁ ଖୋଜା ଚାଲିଛି। ଗିରଫ ସବୁ ପାକ୍‍ ନାଗରିକଙ୍କ ଘର ପାକିସ୍ତାନର ବହୋଲପୁର ଜିଲା ଅହମଦପୁର ଗ୍ରାମରେ। ସେମାନେ ଗତ ୪ ତାରିଖରେ ହରିଦ୍ୱାର ବୁଲିବାକୁ ଆସିଥଲେ। ୮ ତାରିଖରେ ହରିଦ୍ୱାରରେ ପହଞ୍ଚିଥିଲେ। ଏହାପରେ ସୁରତ ହୋଇ ସେମାନେ ୧୦ ତାରିଖରେ ଅନୁପଗଡ଼ରେ ନିଜ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories