www.samajalive.in
Saturday, December 6, 2025
23.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ଦିଲ୍ଲୀର ପ୍ରସିଦ୍ଧ ମନ୍ଦିର

ମନ୍ଦିର ଭାରତର ପ୍ରତ୍ୟେକ ଗାଁ, ସହର ଓ ରାଜ୍ୟରେ ରହିଛି। ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି, ଯେଉଁ କାରଣରୁ ତାହା ପ୍ରସିଦ୍ଧ। ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ଥିବା କିଛି ମନ୍ଦିର ଦେଶର ରାଜଧାନୀ ଦିଲ୍ଲୀରେ ରହିଛି। ଭ୍ରମଣର ସ୍ୱତନ୍ତ୍ର ମଜା, ହସଖୁସି, ସ୍ୱାଦିଷ୍ଟ ବ୍ୟଞ୍ଜନ ସବୁକିଛି ଆପଣ ଦିଲ୍ଲୀରେ ପାଇପାରିବେ। ଆସନ୍ତୁ ଜାଣିବା ଦିଲ୍ଲୀର ପ୍ରସିଦ୍ଧ ମନ୍ଦିର ମାନଙ୍କ ବିଷୟରେ ଯେଉଁଠାକୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମନରେ ଭକ୍ତିଭାବ ନେଇ ଆସିଥାଆନ୍ତି।
ଦିଗମ୍ବର ଜୈନ ଲାଲ ମନ୍ଦିର –
ଦିଲ୍ଲୀର ଚାନ୍ଦିନୀ ଚୌକରେ ଥିବା ଏହି ମନ୍ଦିରରେ ସର୍ବଦା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଖୁବ ଭିନ୍ନ ଓ ଏହା ବହୁ ପୁରାତନ ମନ୍ଦିର ଅଟେ। ସକାଳରୁ ଆରମ୍ଭ କରି ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲ ରହେ।
ହନୁମାନ ମନ୍ଦିର –
ଦିଲ୍ଲୀର ଦିଲ କୁହାଯାଉଥିବା କନାଁଟ ଯୁବପିଢୀ ମାନଙ୍କ ସବୁଠାରୁ ପସନ୍ଦର ସ୍ଥାନ। ଏହା ସହ ଏଠାରେ ଥିବା ପ୍ରଭୁ ହନୁମାନଙ୍କ ମନ୍ଦିର ଖୁବ ପ୍ରସିଦ୍ଧ। ଦିଲ୍ଲୀର ପୁରାତନ ମନ୍ଦିର ମାନଙ୍କ ମଧ୍ୟରୁ ଏହା ଗୋଟିଏ। ମହାଭାରତ ସମୟରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା ବୋଲି ମଧ୍ୟ କୁହାଯାଏ। ମଙ୍ଗଳବାର ଓ ଶନିବାର ଦିନ ଏହି ମନ୍ଦିରରେ ଖୁବ ଭିଡ଼ ହୋଇଥାଏ। ଲୋକେ ଖୁବ ଖୁସି ଓ ଶାନ୍ତିରେ ପୂଜାର୍ଚ୍ଚନା କରିଥାଆନ୍ତି। ଯାଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହେବା ସହ ଜୀବନରେ ଥିବା ବହୁ ସମସ୍ୟା ଦୂର ହୋଇଥାଏ।
କାଲକା ଜୀ ମନ୍ଦିର –
ଏହା ଦେଶର ଓ ଦିଲ୍ଲୀର ସବୁଠାରୁ ପୁରୁଣା ମନ୍ଦିର। ୧୭୬୪ରେ ଏହି ମନ୍ଦିର ନିର୍ମାଣ ହୋଇଛି ବୋଲି କୁହାଯାଏ। ମନ୍ଦିରରେ ମା’ଦୁର୍ଗାଙ୍କ ରୂପରେ ମା’କାଳୀଙ୍କର ପୂଜାର୍ଚ୍ଚନା ହୋଇଥାଏ। ନବରାତ୍ରି ସମୟରେ ଦିନରାତି ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ଛତ୍ତରପୁର ମନ୍ଦିର –
ଛତ୍ତରପୁର ମନ୍ଦିର ଦିଲ୍ଲୀର ସବୁଠାରୁ ସୁନ୍ଦର ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ। ମନ୍ଦିରର କାରୁକାର୍ଯ୍ୟ ଖୁବ ଉଚ୍ଚକୋଟରୀର। ପ୍ରାୟ ୭୦ଏକକ ପରିସର ମଧ୍ୟରେ ଏହି ମନ୍ଦିର ରହିଛି। ଏଠାରେ ଶ୍ରଦ୍ଧାଳୁ ଭକ୍ତିଭାବରେ ମା’ଙ୍କୁ ଦର୍ଶନ କରିଥାଆନ୍ତି। ଧାର୍ମିକ ବାତାବରଣରେ ନିଜକୁ ହଜାଇ ଦେଇଥାଆନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories